ମିଛେ ବଖାଣୁ ଆମେ ଓଡ଼ିଆ
- Get link
- X
- Other Apps
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ମୁଁ ଓଡ଼ିଶା ମାଟିର ସନ୍ତାନ
ଖାଣ୍ଟି ଓଡ଼ିଆ ପୁଅଟିଏ ମୁଁ
ମୋ' ସଂସ୍କୃତି ଓ ମୋ' ପରମ୍ପରା
ମୋ' ପାଇଁ ବଡ଼ ମୋ' ସ୍ବାଭିମାନ ।
ମୁଁ ସମ୍ମାନ ଦିଏ ଓଡ଼ିଆଙ୍କୁ
ସମ୍ମାନ ଦିଏ ମୋ' ସଂସ୍କୃତିକୁ
ଯଥୋଚିତ ସମ୍ମାନ କରେ
ମୋ' ଓଡ଼ିଆ ଜାତିର ପରମ୍ପରାକୁ ।
ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷେ
ସମସ୍ତେ ଏକ୍ର ମନ୍ତ୍ର ଗାନ କରେ
ଓଡ଼ିଆ ଦେବାଦେବୀଙ୍କୁ ଭକ୍ତି କରେ
ସାମାଜିକ ସଂସ୍କାର ବଜାୟ ରଖେ ।
ହେଲେ ଏ କ'ଣ ଦେଖୁଛି ଆଜି !
ସଂସ୍କୃତି ଓ ପରମ୍ପରାର ବିଲୋପ !
ଓଡ଼ିଶା ମାଟିରେ ଓଡ଼ିଆ ସଂସ୍କାର
ଓଡ଼ିଆଙ୍କ ହାତେ କଳୁଷିତ ଆଜି !
ଅଶ୍ଳୀଳତାରେ ପରିପୂର୍ଣ୍ଣ ସମାଜ
ଜାତିଆଣ ଭେଦଭାବ ଏବଂ
ଅସ୍ପୃଶ୍ୟ ଅସ୍ପୃଶ୍ୟ ସମ୍ବୋଧନ !
ଦେବାଦେବୀ ବି ଉପହାସର ପାତ୍ର !
ଅନ୍ଯାୟ ଅସତ୍ୟ ଅଧର୍ମ ପାଖରେ
ଆଜି ମୋ' ସଂସ୍କୃତି ବଳି ଭୋଜ୍ଯ ;
ସମସ୍ତ ଦ୍ରଷ୍ଟା ସ୍ରଷ୍ଟା ନିରବ
କହିବାର ଯୁ ନାହିଁ କାହାର ।
ସେବକ ନିରବ ପୂଜକ ନିରବ
ନିରବ ବିଜ୍ଞାନୀ ଆଧ୍ୟାତ୍ମିକବାଦୀ
ନିରବ ରକ୍ଷକ ଓ ସମାଲୋଚକ
ନିରବ ବଦାନ୍ୟ ବିଦ୍ବାନ ମଣ୍ଡଳୀ ।
ରକ୍ଷକ ହୋଇ ବି ଭକ୍ଷକ ସାଜନ୍ତି
ଜାଣି ସ୍ବାଭିମାନ ବିନାଶ କରନ୍ତି
ବାଡ଼ ଯଦି କେବେ ଫସଲକୁ ଖାଏ
କାହାକୁ ବା ଏଠି ଦୋଷ ଦେବ କିଏ ?
ଲାଜ ନାହିଁ ଯାହା ଆମରି ମୁହଁକୁ
ସ୍ବାଭିମାନୀ ଯାହା ଲୋକ ଦେଖାଣିଆ
ସଂସ୍କାର ସଂସ୍କୃତି ଗଲାଣି ଚୁଲ୍ଲାକୁ
ମିଛେ ବଖାଣୁ ସିନା ଆମେ ଓଡ଼ିଆ ।
ପ୍ରତିଷ୍ଠାତା/ମୁଖ୍ୟ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
ଯୋଗାଯୋଗ - ୮୨୪୯୭୭୨୩୬୧
- Get link
- X
- Other Apps
Comments
Post a Comment