ଆଉ ସହିବାର ନୁହଁ

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି 

        ସମ୍ପାଦକ - ଉଦୟ ଭାନୁ 

ମର୍ତ୍ତ୍ଯରେ ଚାଲିଛି ବିଲୁଆ ବିଚାର
ରାଜନୀତି ଏଠି ଜୋର୍‌ ପ୍ରଚାର । 
ନିଜ ପରଶଂସା ନିଜେ କରି ଗାନ
ଅର୍ଥ ସାଜିପାରେ ଅନର୍ଥ କାରଣ ।
ଟଙ୍କା ପାଇଁ  ବିଷ୍ଟା ଲାଗଇ ଅମୃତ
ଶତ୍ରୁ ବନେ ନର ବଖାଣିଲେ ସତ । 
କହିଲେ କହିବ ଆମକୁ କହିଲା
ଚିନ୍ତିବ କପାଳେ ବିହି ଲେଖି ଥିଲା । 
ବିନା ମେଘେ ବଜ୍ରପାତ ସାଧୁ ଶିରେ
ମଧୁ ଭାଷ୍ୟେ ବିଷ ଦେବେ ବିଶ୍ୱାସରେ ।
କଳିଯୁଗେ କଳି ମହା ବଳଶାଳୀ 
ବାସ୍ତବ ଭଣିଲେ ପାଦେ ଦେବେ ଦଳି ।
ଅମୀୟ ବାଣୀ ବାଣ୍ଟୁଥିବେ କେତେ କେତେ
ବିଷ ବୀଜ ବୁଣୁଥିବେ ଏ ମରତେ । 
ଧରମ କାନ୍ଦୁଛି ବସି କଇଁ କଇଁ 
ସରବେ ଉତ୍ସୁକ ଉଚ୍ଚପଦ ପାଇଁ । 
ଶିକ୍ଷା ଦେବା ପାଇଁ ସର୍ବେ ଆଗଭର
ଶିଖିବାକୁ କେହି ଜଣେ ନାହିଁ ନର ।
ସ୍ବାର୍ଥ ପାଇଁ ବ୍ଯର୍ଥ ଅର୍ଜିତ ଧରମ
ପରାଣରେ ବାଧା କହିଲେ ମରମ । 
ଆଜିକାଲି ରୀତି ବଡ଼ ବିପରୀତ 
ଅସତ୍ଯ ଅଧର୍ମ କରଇ ରାଜତ୍ବ ।
ଆହବ ହୁଙ୍କାରେ ସର୍ବେ ଲମ୍ଫ ଦିଅ
ଶିବ ଭଣେ ଆଉ ସହିବାର ନୁହଁ ।।

ପ୍ରତିଷ୍ଠାତା/ମୁଖ୍ଯ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ 
ଭାଟପଡ଼ା-ନିରାକାରପୁର-କଣାସ-ପୁରୀ
ଯୋଗାଯୋଗ - ୮୨୪୯୭୭୨୩୬୧ 

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା