ମାଆ ଅମ୍ବିକା

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି 


ସବୁ ସୁଖ ମୋର          ସରିଗଲା ପରେ
           ତୁମକୁ ଖୋଜିଲି ମାଆ
ମାଆ ମାଆ ବୋଲି     କେତେ ମୁଁ ଡାକିଲି
        ମାଆ ନ କରିଲୁ ଆହା ।୧।

ସନ୍ତାନର ଡାକ           କର୍ଣ୍ଣେ ବାଜିଲାନି
         ହେଲୁ କି ପାଷାଣୀ ତୁହି
ସବୁ ସୁଖ ଶିରୀ          ଛଡ଼ାଇ ତୁ ନେଲୁ
       ଲୁହ ଝରେ ଲହୁ ହୋଇ ।୨।

ଅନ୍ତର ବେଦନା           ଶରୀର ଯନ୍ତ୍ରଣା
           ଆଉ ପାରୁନାହିଁ ସହି
ରଖିଲେ ରଖିବୁ           ମାରିଲେ ମାରିବୁ
        ମାଆଲୋ ଅମ୍ବିକା ତୁହି ।୩।

ମାଗୁନାହିଁ କିଛି           ଧନ ଜନ ଲକ୍ଷ୍ମୀ
          ଆଶ୍ରୟ ମାଗଇ ପଦେ
ତୋର ଚରଣରେ         ଶରଣ ଦିଅଲୋ
      ନାଶ ଯାଉ ଦୁଃଖ ଯେତେ ।୪।

ପ୍ରତିଷ୍ଠାତା/ମୁଖ୍ୟ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ 
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ 
ଯୋଗାଯୋଗ - ୮୨୪୯୭୭୨୩୬୧ 

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା