ବିଶେଷ ଝଲକ
- Get link
- X
- Other Apps
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
ସଂସାରଟା ସ୍ବାର୍ଥପର ବୋଲି ଜାଣିଲା ବେଳକୁ
ବହୁତ ଡ଼େରି ହୋଇ ସାରିଥିଲା ମୋର
ସମସ୍ତେ ସୁବିଧାବାଦୀ ବୋଲି ବୁଝିଲା ବେଳକୁ
ଅଡ଼ୁଆ ହୋଇ ସାରିଥିଲା ସୂତା ବିଣ୍ଡିଲିଟା ।
ରକ୍ତ ସମ୍ପର୍କ ବି ରକ୍ତପାନର ପିପାସୁ
ଏଇ ତ ଆମ ଓଡ଼ିଆ ଜନଜାତିର ଲକ୍ଷଣ
ବଡ଼ବଡ଼ିଆଙ୍କ ତୁଣ୍ଡରେ ଓଡ଼ିଶା କଙ୍କଡା
ଟାଣି ଦିଅ ଟାଙ୍କ ସେ ପଡ଼ିଯାଉ ତଳେ ।
ମୁଁ ବଡ଼ ମୁଁ ବଡ଼ର ଉଚ୍ଚ ସ୍ଲୋଗାନରେ
ପ୍ରକମ୍ପିତ ଏଇ ଗୌରବମୟ ଓଡ଼ିଶା ମାଟି
ମୁଁ ସର୍ବଜ୍ଞାତାର ପରିଚୟେ ପରିଚିତ
ତୁ ମତେ ଦେ' ମୁଁ ତତେ ଦେବିର ନ୍ଯାୟ ।
ପର କାନ୍ଧରେ ପାଦ ରଖି ପଥ ଚାଲିବା
ମିଠା କଥାରେ ଉହ୍ଯ ମହଣ ମହଣ ସ୍ବାର୍ଥ
ସିଂହାସନ ଲୋଭରେ ଶୋଣିତ ସରସୀ ସୃଷ୍ଟି
ମିଛ ପ୍ରଶଂସାର ପ୍ରଚୁର ପ୍ରହସନରେ ଓଡ଼ିଶା ।
ରାତାରାତି ପ୍ରତିପତ୍ତି ଆଉ ନାଁ କମେଇବାର
ନିଶାରେ ମସ୍ଗୁଲ୍ ମହାଜ୍ଞାନୀ ବୋଲାଉଥିବା
କିଛି ବଡ଼ବଡ଼ିଆ ହାତ ଗଣତି ହସ୍ତୀମାନେ ;
କଳେ-ବଳେ-କୌଶଳେ ପର ଧନ ଅପହରଣ ।
ସୁଯୋଗ ପାଇଲେ ଯେମିତି ଦିଅଁ ଗିଳି
ଖଟୁଳିକୁ ଗିଳିଦେବେ ଏମାନେ ନିମିଷକେ ;
ନିଜକୁ ମନେ ମନେ ମାଲିକ ଆସନରେ ବସେଇ
ସମସ୍ତଙ୍କୁ ଭାବିନେବେ ଏ ମୋର ଭୃତ୍ଯ ବୋଲି ।
ଏଠି କେହି ଭୃତ୍ଯ ହେବାକୁ ଚାହାନ୍ତି ନାହିଁ
ସମସ୍ତେ ନିଜକୁ ମାଲିକ ହିଁ ଭାବି ନିଅନ୍ତି ;
ସେହିମାନେ ଭୃତ୍ଯତା ସ୍ବୀକାର କରନ୍ତି ଯିଏ କି
ଧନବଳ ଓ ମଣିଷ ବଳର ଘୋର ଅଭାବୀ ।
ଏଇ ଆମ ଓଡ଼ିଶା ପ୍ରଦେଶର ମହିମାମୟ
ଗୌରବମୟ କାରନାମାର ବିଶେଷ ଝଲକ
ଯାହା ଓଡ଼ିଆ ଜନଜାତିର ଉତ୍ଥାନ ବଦଳରେ
ପତ୍ତନତାକୁ ପ୍ରତିପାଦିତ କରିପାରୁଛି ।।
ଭାଟପଡ଼ା, ନିରାକାରପୁର , କଣାସ ,ପୁରୀ
ଫୋ- ୮୨୪୯୭୭୨୩୬୧
- Get link
- X
- Other Apps
Comments
Post a Comment