ସରିଲେ ଘୋଷଯାତ୍ରା ବଢ଼ିବ ରୋଷମାତ୍ରା
- Get link
- X
- Other Apps
ସରିଲେ ଘୋଷଯାତ୍ରା ବଢ଼ିବ ରୋଷମାତ୍ରା
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ- ଉଦୟ ଭାନୁ
ସରିଲେ ଘୋଷଯାତ୍ରା ବଢ଼ିବ ରୋଷମାତ୍ରା
କାଳିଆ କମଳା କଳି
ମନ୍ଦିରେ ମହାଲକ୍ଷ୍ମୀ କ୍ରୋଧରେ ଜଳିଲେଣି
ସତେ ପକାଇବେ ଗିଳି ।୧
ଅଣ୍ଟାରେ ଲୁଗା ଭିଡ଼ି ଲକ୍ଷ୍ମୀ କରିବେ କଳି
ଅଛନ୍ତି କବାଟ କିଳି
ଯେତେକ ଦାସଦାସୀ ଦୁଝାନ୍ତି ପାଶେ ବସି
ସଭିଙ୍କୁ ଦିଅନ୍ତି ଗାଳି ।୨
ଗାର୍ହସ୍ଥ୍ଯ କଳି ଇଏ ତୁମ୍ଭେ ଯାଅ ସଭିଏଁ
ମୋ' କଥା ବୁଝିବି ମୁହିଁ
ଗତି ଅନ୍ତର ନାହିଁ ଆଉ ତାଙ୍କ ପାଇଁ
ଭାଙ୍ଗିବି ନିଶ୍ଚେ ବଡ଼ାଇ ।୩
ଏମନ୍ତେ କେତେ କଥା ସଖୀଙ୍କୁ ଦିଏ ବ୍ଯଥା
ନିରୁପାୟ ସଖୀଗଣ
ଉପାୟଶୂନ୍ଯ ହୋଇ ମଉନେ ଛନ୍ତି ରହି
ଲକ୍ଷ୍ମୀ କରିଛନ୍ତି ମାନ ।୪
ତୁରନ୍ତ ଯାଅ ଜଗା ଠାକୁରାଣୀଙ୍କୁ ତ ବୁଝା
ଚୂର୍ଣ୍ର କର ଅଭିମାନ
ଭାଇ ମୋ' ହଳଧର ହୋଇବେ ଦେଢ଼ଶୁର
ସଂସାରେ ହସିବେ ଜନ ।୫
ଭାତୃବଧୂଟେ ହୋଇ କହୁଛ ଯିବା ପାଇଁ
ଜଗତ ବୋଲିବ କିସ
ଧିକାରିବେ ସରବେ ସଂସାର ଯାକ ଲୋକେ
ଧିକ ଲକ୍ଷ୍ମୀ ଜଗନ୍ନାଥ ।୬
ବିଳମ୍ବ ତୁ ନକର ଯାଅରେ ତୁ ସତ୍ବର
ବେଳ ହେଲାଣି ଉଚ୍ଛୁର
ରୁଷି ସେ ବସିଛନ୍ତି ତାଙ୍କୁ ତୁ କର ଶାନ୍ତି
ଖୋଲନ୍ତୁ ସିଂହଦୁଆର ।୭
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
ଫୋ - ୮୯୧୭୪୮୦୫୩୬
- Get link
- X
- Other Apps
Comments
Post a Comment