ଜୀବନ ଦର୍ଶନ

      କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି 

                      ସମ୍ପାଦକ - ଉଦୟ ଭାନୁ 

କେତେ ଶିକ୍ଷା କେତେ ଜ୍ଞାନ କରଇ ପ୍ରଦାନ
ଦେଉଥାଏ ସେ ପ୍ରତିଦିନ ଦିଗ୍‌ଦର୍ଶନ 
ଜାଣିଛ କି ପିଲେ କେହି ତା'ର ସେହି ନାମ ?
ସେହି ଆମ ପରିବାର ଜୀବନ ଦର୍ଶନ  ।୧
ଭରିଦିଏ ମନେ ଯିଏ ଜ୍ଞାନର ସମ୍ପଦ
ଅଜ୍ଞାନ ଅନ୍ଧାର ଆମ ହୁଏ ଦୂରୀଭୂତ ।
ଯେଉଁ ପରିବାରେ ଦୁର୍ଜନ ହୁଏ ସୁଜନ
ସେହି ଆମ ପରିବାର ଜୀବନ ଦର୍ଶନ ।୨
ଗୀତା ଭାଗବତ ପୁଣି ଚାଣକ୍ୟ ନିୟମ
ବେଦବାଣୀ ଶାସ୍ତ୍ରବାଣୀ କେତେ ଯେ ପୁରାଣ ।
ଯେଉଁ ପରିବାରେ ମିଳେ ଅନେକ ସୁଜ୍ଞାନ
ସେହି ଆମ ପରିବାର ଜୀବନ ଦର୍ଶନ ।୩
ଆସ ମୋର ବନ୍ଧୁଗଣ ହୋଇବା ଏକତ୍ର
ମିଳିମିଶି ଗଢ଼ିବା ଆମ ଏ ପରିବାର ।
ଯେଉଁ ପରିବାର ଦିଏ ସୁନ୍ଦର ଜୀବନ
ସେହି ଆମ ପରିବାର ଜୀବନ ଦର୍ଶନ ।୪

ଭାଟପଡ଼ା , ନିରାକାରପୁର , କଣାସ , ପୁରୀ 
୮୯୧୭୪୦୪୩୯୬ 

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା