ହାର୍‌ ଜିତ୍‌

 କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି 

        ସମ୍ପାଦକ - ଉଦୟ ଭାନୁ 


ଜୀବନଟା ଏକ ବ୍ଯାଡ୍‌ମିଣ୍ଟନ୍‌ର ଖେଳ

ଅବୁଝା ଏଇ ମଣିଷ ମିଛରେ ପାଗଳ  । 

ସଂସାରଟା ଏକ ଖେଳ ପଡ଼ିଆ ରେ ଭାଇ

ଗୁଢ଼ ତତ୍ତ୍ବ ଗୋଟି ଏହା ବୁଝ ମନ ଦେଇ । 

ପଡ଼ିଆର ମଧ୍ଯଭାଗେ ଧର୍ମର ଜାଲିକା

ବାମେ ସତ୍ୟ ଦକ୍ଷେ ନ୍ଯାୟ ଖୁଣ୍ଟେ ଅଛି ବନ୍ଧା ।

ଦୁଇ ପାର୍ଶ୍ବେ ଦୁଇ ଜଣ ପ୍ରତିଦ୍ବନ୍ଦୀ ଛନ୍ତି 

ନର ନାରାୟଣ ବେନି ଜନ ଖେଳୁଛନ୍ତି ।

ନର ନାରାୟଣ ମଧ୍ଯେ ଲାଗିଅଛି ବାଜି

ଦେବ ସାଥେ ଦ୍ବନ୍ଦ କରେ ନର ହେଲେ ପାଜି । 

କେଡେ ବୋକା ମଣିଷ ଏ ଜମା ତ ବୁଝେନି

ବିଭୁ ସାଥେ ବାଜି ରଖି କିଏ ପାରେ ଜିଣି  !!

ସ୍ନେହ ପ୍ରେମ ହୃଦେ ଜାଗ ନିଶ୍ଚୟ ଦେଖିବ 

ବିଶ୍ବସ୍ରଷ୍ଟା ନିଜେ ଆସି ହାର୍‌ ମାନି ଯିବ । 

ସତ୍ୟ ନ୍ଯାୟ ଆଉ ଧର୍ମ ହୃଦୟରେ ବହି

ପଥ ଚାଲୁଥିଲେ ଖେଦ ପାଶେ ନ ମାଡ଼ଇ ।

ଅନାବିଳ ଭକ୍ତି ଭାବ ହୃଦୟରେ ଜାଗ

ବିଜ୍ଞାନୀ କୈବର୍ତ୍ତ ସମ ହୋଇବ ବିଦିତ ।

ପ୍ରାପ୍ତ ହେବ ଦିନେ ଜାଣ ବିଭୁ ପଦ୍ମପାଦ

ବିଭୁ ପଦ ଧୌତ କରି ଆତ୍ମା ହେବ ଶୁଦ୍ଧ ।

ହାରିବା ଜିତିବା ପରା ଜୀବନର ଖେଳ

ବେଳ ଥାଉଁ ବନ୍ଧ ବାନ୍ଧ ଜିତିବ ସକଳ  ।


ଭାଟପଡ଼ା , ନିରାକାରପୁର , କଣାସ ,ପୁରୀ 

୮୯୧୭୪୮୦୫୩୬

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା