ପ୍ରଭୁ ବି ନିଅନ୍ତି ନବ ଯୌବନ

    କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି 

               ସମ୍ପାଦକ - ଉଦୟ ଭାନୁ 

ଆମେ ସବୁ ମାନବ ମର୍ତ୍ତ୍ୟପୁରେ ଜନମ
ଜନମ ମାତ୍ରେ ମରଣ ସଂସାର ନିୟମ ।
ଯେତେ ଜନମ କୀଟ ପତଙ୍ଗ ତରୁ ତୃଣ 
ସବୁଠୁ ଶ୍ରେଷ୍ଠ ଆମ ଏ ମଣିଷ ଜନମ ।
ମିଛ ମାୟା ସଂସାରରେ ସବୁ ମିଛ ଅଟଇ
ଜନ୍ମ ମୃତ୍ୟୁ ଏକା ସତ୍ଯ ଜାଣିଥାଅ ଭାଇ ।
ମିଛେ ବୋଲୁ ମୋର ମୋର କିଛି ନୁହେଁ  କା'ର
ଯାହା ଦେଖୁ ଆମେ ସବୁ ସେହି ପ୍ରଭୁଙ୍କର ।
ଜୀବନ ରହିଛି ମାନେ ଅଛି ସୁଖ ଦୁଃଖ 
ସୁଖ କାଳେ ହସିବା ଦୁଃଖେ ନୋହିବା ଭୀତ । 
ଜନ୍ମ ମାତ୍ରେ ମୃତ୍ୟୁ ଧ୍ରୁବ ଡରିବାର ନାହିଁ 
ମରତେ ଜନମ ହୋଇ ଦେବତା ବି ମରୁଥାଇ ।
ଭୁଲ ନାହିଁ ଏହି କଥା ହେ ମାନବଗଣ 
ପ୍ରଭୁ ବି ନିଅନ୍ତି ମରତେ ନବ ଯୌବନ  ।

ଭାଟପଡ଼ା , ନିରାକାରପୁର , କଣାସ , ପୁରୀ 
୮୯୧୭୪୦୪୩୯୬ 

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା