ଦର୍ଶାଅ ମୁକ୍ତିର ବାଟ
- Get link
- X
- Other Apps
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
------------------------------ -------
ନୈରାଶ୍ୟ ଅନ୍ଧାରେ ନିତି ବୁଡ଼ି ମରେ
ବିଷାଦ ବହ୍ନିରେ ଜଳେ
ନିଃସଙ୍ଗ ଜୀବନ ଦିଅଇ କଷଣ
କୋହ ଗଦା ବୁକୁ ତଳେ ।
ନିତ୍ଯ ସ୍ନାନ ଅଶ୍ରୁ ଜଳେ ;
ବିଗତ ସେ ସନ ଦେଲା ତ କଷଣ
ସର୍ବସ୍ବ ଲୁଟିଲା ଛଳେ ।।
ଆଉ ଅଛି କିସ ଛଡ଼ାଇବ ଆସ
ନୂଆ ରୂପରେ ତେଇଶ
ପିଣ୍ଡୁ ପରାଣ ବେଗେ ମୋର ଘେନ
ଜୀବନଟା ଲାଗେ ବିଷ ।
ଅଟକି ଯାଉ ନିଃଶ୍ବାସ ;
ମୂଳରୁ ଓପାଡ଼ି ଦିଅ ତୁ ଫୋପାଡ଼ି
ପାଇବୁ ଆତ୍ମସନ୍ତୋଷ ।।
ଲୋଭ ଆଉ ନାହିଁ ଏଇ ପ୍ରାଣ ପାଇଁ
ଭାଙ୍ଗିଯାଉ ମାଟି ଘଟ
ନୂଆ ରୂପେ ତୁହି ଧରାରେ ଓହ୍ଲାଇ
ଦେଖାଇବୁ ନାହିଁ ନାଟ ।
କରନା ଆଉ କପଟ ;
ଅନୁରୋଧ ମୋର ବାରେ ରକ୍ଷା କର
ଦର୍ଶାଅ ମୁକ୍ତିର ବାଟ ।।
ଭାଟପଡ଼ା, ନିରାକାରପୁର , କଣାସ , ପୁରୀ
ସମ୍ପର୍କ- ୮୯୧୭୪୮୦୫୩୬
🙏
- Get link
- X
- Other Apps
Comments
Post a Comment