ନେତାଜୀ ଜୟନ୍ତୀ

କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି 

 ସମ୍ପାଦକ - ଉଦୟ ଭାନୁ
ନେତାଙ୍କର ନେତା       ଅମ୍ଳାନ ପ୍ରତିଭା 
       ନେତାଜୀ ସୁଭାଷ ବୋଷ 
ଇଂରେଜ ମସ୍ତକ       କରିଥିଲେ ନତ
       ଦେଇ ଅସ୍ତ୍ରର ଜବାବ ।୧
ଅସ୍ତ୍ରର ଜବାବ       ଅସ୍ତ୍ରରେ ଦେବାକୁ
        ପ୍ରଚାର କଲେ ସୁଭାଷ 
ମାନି ତାଙ୍କ କଥା      ଭାରତେ ଜନତା
       ଛାଡ଼ିଲେ ନିଜର ବାସ ।୨
ଭାରତ ବାସୀଏ       ଏକଜୁଟ ହେଲେ
          ହାତରେ ମିଶାଇ ହାତ
ସର୍ବେ ହେଲେ ଏକ      ଗଢ଼ିଲେ ସୁଭାଷ 
       ଆଜାଦ ହିନ୍ଦ୍‌ ଫଉଜ ।୩
ଫଉଜକୁ ଦେଖି       ଇଂରେଜର ଛାତି
         ଭୀତେ ହେଲା ଥରହର 
ଛାଡ଼ି ଘୋର ରଡ଼ି       ନେତାଜୀ ଆମରି
      ଡାକ ଦେଲେ ଦ୍ବିଲ୍ଲୀ ଚଲୋ ।୪
ଜୟ ହିନ୍ଦ୍‌ ଡାକ       ଦେଉଥିଲେ ସର୍ବେ
          ଆଜାଦ୍‌ ହିନ୍ଦ୍‌ର ସେନା
ନେତାଜୀ ନେତୃତ୍ୱେ       ମମାଡ଼ି ଯାଉଥିଲେ 
         ଲଙ୍ଘି ଯେତେ ଖାଲଖଣା ।୫
ଅକସ୍ମାତ୍‌ ଦିନେ       ନେତାଜୀ ସୁଭାଷ 
        କେଉଁଆଡ଼େ ଗଲେ ହଜି
ଆଚମ୍ବିତ ହେଲେ        ଭାରତ ଜନତା
     ସର୍ବେ ଗଲେ ତାଙ୍କୁ ଖୋଜି ।୬
ଆଜିଯାଏଁ ତାଙ୍କ       ମୃତ୍ୟୁର ସନ୍ଦେଶ 
          ମିଳିଲା ନାହିଁ ସଠିକ 
ବିମାନ ହୋଇଲା       ଦୁର୍ଘଟଣା ବୋଲି
        ପ୍ରଚାର କଲେ ବ୍ରିଟିଶ ।୭
ଜଣାନାହିଁ ଏବେ       ଜୀବିତ କି ମୃତ 
      ନେତାଜୀ ସୁଭାଷ ବୋଷ 
ନେତାଜୀ ଜୟନ୍ତୀ       ଆସିଅଛି ଆଜି
         ସ୍ମୃତିକୁ କର ଜାଗ୍ରତ ।୮
ଶୁଭ ଜନ୍ମତିଥି       ନେତାଜୀ ଜୟନ୍ତୀ 
          ନିରବ ପ୍ରାର୍ଥନା କର
ନେତାଜୀ ଆମର       ଅଛନ୍ତି ଅମର
      ଡର ନାହିଁ କେବେ ନର ।୯

ପ୍ରତିଷ୍ଠାତା / ମୁଖ୍ଯ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ 
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ 
୮୯୧୭୪୮୦୫୩୬ 






Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା