ଓଡ଼ିଶା ଡନ୍
- Get link
- X
- Other Apps
ଓଡ଼ିଶା ଡନ୍
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
ଆମେ ସବୁ ଖଣ୍ଡି ହିରୋ ଅଧା ଇଣ୍ଡିଆନ୍
ମିଛେ ଖାଲି କହୁଥାଉ ନିଜକୁ ତ ଡନ୍ ।
ମାତୃଭାଷା ପ୍ରତି ଜମା ନାହିଁ ତ ମମତା
ଖଣ୍ଡି ଇଂରାଜୀରେ ଆମେ କହୁଥାଉ କଥା ।
ଓଡ଼ିଶା ପାଣି ପବନେ ଗଢ଼ା ହୋଇ ଆମେ
ଓଡ଼ିଶାର ପରମ୍ପରା ଆଉ ନାହିଁ ମନେ ।
ବିଦେଶୀ ପୋଷାକ ପ୍ରତି ହୋଇଲୁ ଆକୃଷ୍ଟ
ଓଡ଼ିଆ ବୋଲି ଆଉ ନାହିଁ ଆମ ଗର୍ବ ।
ଓଡ଼ିଶାର ଡନ୍ କହି ମିଛେ ଖାଲି ଆମେ
ଦେଇ ଆମ ପରିଚୟ ଶୋଷୁ ସର୍ବଜନେ ।
କଥାରେ ନିପୁଣ ଆମେ ତ କାମରେ ଶୂନ୍
କିଏ ବା କହିବ ଆମକୁ ଓଡ଼ିଶା ଡନ୍ !!
ପ୍ରତିଷ୍ଠାତା / ମୁଖ୍ୟ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
୮୯୧୭୪୮୦୫୩୬
- Get link
- X
- Other Apps
Comments
Post a Comment