ସଜାଗ ପ୍ରହରୀ
- Get link
- X
- Other Apps
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
ସଜାଗ ପ୍ରହରୀ ସସ୍ର ପ୍ରଣିପାତ ଘେନ
ସୁରକ୍ଷା ରାଷ୍ଟ୍ରର ହିତେ କେବେ ବଳିଦାନ ;
ସଭିଏଁ ତ ଆପଣାର ପ୍ରିୟ ପରିଜନ
ସଞ୍ଚରି ଭାବନା ମନେ କାର୍ଯ୍ୟରେ ନିପୁଣ ।
ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷେ ଭାରତୀୟ
ଜାଗି ମନେ ସଦ୍ଭାବନା କାର୍ଯ୍ୟ କରୁଥାଅ ;
ଜାଳି ଆପଣା ଜୀବନ ଛାଡ଼ି ସ୍ବ ଆତ୍ମୀୟ
ଜାଗ୍ରତ ସଦାସର୍ବଦା ଜନ ହିତେ ଲୟ ।
ଗରୀୟାନ ତୁମେ ଏଇ ଦେଶ - ଜାତି ପାଇଁ
ଗଉରବମୟ ତ ତୁମେ ସୈନିକ ଭାଇ ;
ଗଗନଭେଦୀ ଗର୍ଜନେ ଶତ୍ରୁ ଥରୁଥାଇ
ଗରିମା କି ବର୍ଣ୍ଣିବ ଶିବ ଭାଷା ପାଉନାହିଁ ।
ପ୍ରକାର ପ୍ରକାର ପ୍ରତିବନ୍ଧ ସହ୍ଯ କରି
ପ୍ରତ୍ଯହ ଜାଗ୍ରତ ପ୍ରଭାତରୁ ବିଭାବରୀ ;
ପ୍ରକୃତ ବନ୍ଧୁ ପ୍ରକୃତ ଆତ୍ମୀୟ ଆମରି
ପ୍ରବେଶ କରି ନପାରେ ଶତ୍ରୁ ଡ଼ରିମରି ।
ହରଘଡ଼ି ହରିଷରେ ବିତାଉଛୁ ଦିନ
ହର୍ତ୍ତା-କର୍ତ୍ତା ଆମ ପାଇଁ ଅଟନ୍ତି ଆପଣ ;
ହରାଇଛ ସୌଖ୍ଯ କରି ଜନଙ୍କ କଲ୍ଯାଣ
ହରଦମ୍ ଅରଜୁଛ କୋଟି କୋଟି ପୁଣ୍ୟ ।
ରୀତିମତ କରୁଅଛ ସମାଜର ସେବା ;
ରୀତିନୀତି ଦର୍ଶନେ କାବ୍ଯଭୂଷଣ କାବା ।
ପ୍ରତିଷ୍ଠାତା/ମୁଖ୍ଯ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
ଯୋଗାଯୋଗ - ୮୯୧୭୪୮୦୫୩୬
- Get link
- X
- Other Apps
Comments
Post a Comment