ମିଛ ଏଠି ତୁମ ନାଟ୍ୟକାର
- Get link
- X
- Other Apps
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ -ଉଦୟ ଭାନୁ
ଧାରା ଶିରାବଣ ପ୍ରତି ସୋମବାର
ଶିବ ମନ୍ଦିରେ ବହୁତ ଭିଡ଼
ବାହୁଙ୍ଗି କାନ୍ଧେଇ କାଉଡ଼ିଆ ଭାଇ
ନେଇ ଯାଉଅଛି ପାଣିଭାର ।୧
ଶିବଙ୍କ ମଥାରେ ସେ ଜଳ ଢ଼ାଳିଲେ
ପୂର୍ଣ୍ଣ ହେବ କାଳେ ମାନସିକ
ପ୍ରଭୁ ମହାଦେବ ହୋଇବେ ସନ୍ତୁଷ୍ଟ
ଦୂର କରିଦେବେ ଅବସାଦ ।୨
ଚାଲି ଚାଲି ପାଦେ ଆସନ୍ତି ଭକତେ
କାହିଁ କେତେ ଦୂରଦୂରାନ୍ତରୁ
ବୋଲ୍ବମ୍ ପୁଣି ହରହର ବମ୍
ଉଚ୍ଚାରନ୍ତି ପଥ ଚାଲୁଚାଲୁ ।୩
ଆଗବେଳେ ଭକ୍ତି ରସ ଝରୁଥିଲା
ଏବେ ସବୁ ଲୋକ ଦେଖାଣିଆ
ଭଗୀନାନୀ ପୁଅ ଦିଅଁ ଦେଖି ଗଲା
ଚାଲ୍ ଆମେ ବି ଯିବା ସନିଆ ।୪
ରାସ୍ତାସାରା ଖୁସି ଗପ ପେଡ଼ି ଖୋଲି
ଚୋରୀ ନାରୀ ଦାରୀ ବଖାଣନ୍ତି
ପଥରେ ଦେଖିଲେ ସୁନ୍ଦରୀ ଯୁବତୀ
ଅଶ୍ଳୀଳ ଶବଦ ଉଚ୍ଚାରନ୍ତି ।୫
ବାଟସାରା ଉଡ଼େ ଗଞ୍ଜେଇର ଧୂଆଁ
ସତେ କି ସେ ସ୍ବୟଂ ଭୋଳାନାଥ
ହେ ପ୍ରଭୁ ମହେଶ ତୁମେ କି କହିଛ
ନିଶା ସେବି ମୋର ପାଶେ ଆସ ?୬
ଠାକୁର ପଥର କାହିଁକି ଶଙ୍କର
ଜବାବ ଦିଅ ଏ ଅନ୍ଯାୟର
ମିଛ ପ୍ରହସନ ଏ ଶ୍ରାବଣୀ ପାଣି
ମିଛ ଏଠି ତୁମ ନାଟ୍ୟକାର ।୭
ପ୍ରତିଷ୍ଠାତା/ମୁଖ୍ୟ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ
ଭାଟପଡ଼ା ,ନିରାକାରପୁର , କଣାସ , ପୁରୀ
ଯୋଗାଯୋଗ - ୮୯୧୭୪୮୦୫୩୬
- Get link
- X
- Other Apps
Comments
Post a Comment