ଊପାସକଟିଏ ହୋଇ
- Get link
- X
- Other Apps
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
ଊର୍ଦ୍ଧ୍ୱରେତା଼ ପଦେ ପ୍ରଣମେ ସଶ୍ରଦ୍ଧେ
ଊଣା ହେଉ ମୋର ଦୁଃଖ
ଊର୍ଦ୍ଧ୍ୱଶ୍ବାସ ଛାଡ଼ି ପକାଉଛି ହୁରି
ଊର୍ଜସ୍ୱଳ ମୋତେ ରଖ ।
ଊରୁଜ କୁଳରେ ମତେ ଜାତ କଲେ
ଊନ ହେଲି ସବୁଠାରେ
ଊର୍ଦ୍ଧ୍ୱ ଜନ ଗଣ ଦେଲେ ତ କଷଣ
ଊପ୍ରୋଧ ନାହିଁ ସଂସାରେ ।
ଊମାକାନ୍ତ ଶୁଣ ମୋର ନିବେଦନ
ଊପଳ କାହିଁ ମୋ' ପାଇଁ
ଊଜାଗରେ ବସି ଜାଗର ଜାଳୁଛି
ଊପାସକଟିଏ ହୋଇ ।
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
ଫୋ- ୮୯୧୭୪୮୦୫୩୬
- Get link
- X
- Other Apps
Comments
Post a Comment