ବାଞ୍ଝ କି ଜାଣଇ ପ୍ରସବ ବେଦନା

କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି ସମ୍ପାଦକ - ଉଦୟ ଭାନୁ ****************** ବାଞ୍ଝ କି ଜାଣଇ ପ୍ରସବ ବେଦନା ଛକା ନଜାଣଇ ରତି ଆମ ଭାଷା ଆମ ସାହିତ୍ୟକୁ ଦେଖ କୁଆଡ଼େ ତାହାର ଗତି । ହୃତ ମାତୃଭୂମି ପ୍ରୀତି ; ମାଡୁଆ ଭାଡୁଆ ଥୋବଡ଼ା ବେହିଆ ଛତରାଙ୍କ ବାଜେ ନୀତି । ୧ ବାଞ୍ଝ କି ଜାଣଇ ପ୍ରସବ ବେଦନା ଛକା ନ ଜାଣଇ ରତି ରାତାରାତି ଦୀନ କୁବେର ସମାନ ବନିଯାଏ କୋଟିପତି । ଚ଼ୋର ସାଥେ ଚ଼ୋର ମାତି ; ସାହିତ୍ୟର ମାନ କରିଲେଣି କ୍ଷୁର୍ଣ୍ଣ ଅକାଳ କୁଷ୍ମାଣ୍ଡ ଜାତି । ୨ ବାଞ୍ଝ କି ଜାଣଇ ପ୍ରସବ ବେଦନା ଛକା ନଜାଣଇ ରତି ସାହିତ୍ଯ ନଜାଣି ଅନେକ ଫୁଟାଣି ଗାଲୁଆ ପଡ଼ନ୍ତି ଯତି । ସେ ତ ବଡ଼ବଡ଼ିଆଙ୍କ ନାତି ଅର୍ଥ ବଦଳରେ ସ୍ବାର୍ଥ ତୋଳୁଥା'ନ୍ତି ଗୋବର ସାଉଁଟା ବ୍ଯକ୍ତି ।୩ ବାଞ୍ଝ କି ଜାଣଇ ପ୍ରସବ ବେଦନା ଛକା ନଜାଣଇ ରତି ଆଗରେ ନକହି ପଛରେ ଭୁକନ୍ତି ଲାଙ୍ଗୁଳ ହଲିଆ କୁତୀ । ମଦ୍ଯପ - ଗଞ୍ଜୋଡ଼ ସାଥି ; ହିଞ୍ଜଡ଼ା ସାଥିରେ ହିଞ୍ଜଡ଼ା ହୋଇକି ଶୋଧାରେ ଜାଣନ୍ତି ଅତି । ୪ ବାଞ୍ଝ କି ଜାଣଇ ପ୍ରସବ ବେଦନା ଛକା ନଜାଣଇ ରତି ମାନପତ୍ର କିଣି ଗଣମାଧ୍ୟମରେ ବୃଥା ବଡ଼ିମା ଦେଖାନ୍ତି । ଶ୍ବାନ ଓ ଶୃଗାଳ ମାତି ; ଭଲ ରୋଜଗାର ସାହିତ୍ଯ ବେପାର ଆପଣି ନିଅନ୍ତି ବୃତ୍ତି । ୫ ବାଞ୍ଝ କି ଜାଣଇ ପ୍ରସବ ବେଦନା ଛକା ନଜାଣଇ ରତି ସୁନ୍ଦର ଚ଼େହେରା ଦେଖିଦେଲା ପରେ ବାତୁଳ ପରାୟ ମତି । ପାଗଳ ଭ୍ରମର ଜାତି ; ହଗିଲା ମୁତିଲା ଯାହା ବି ଲେଖିଲା "ବଢ଼ିଆ" ଯେସନ କୀର୍ତ୍ତି । ୬ ବାଞ୍ଝ କି ଜାଣଇ ପ୍ରସବ ବେଦନା ଛକା ନଜାଣଇ ରତି ସମାଜେ ଏମିତି କିଛି ରହିଛନ୍ତି କହିଲେ ଉଠିବେ ତାତି । କୁହ ଏମାନେ କି ଜାତି ; ପ୍ରତିଷ୍ଠା ପାଇବା ପାଇଁ ଯେ' ଗୋଟିଏ ପ୍ରସ୍ତାବ ଇଛନ୍ତି ରାତି । ୭ ବାଞ୍ଝ କି ଜାଣଇ ପ୍ରସବ ବେଦନା ଛକା ନଜାଣଇ ରତି ସମସ୍ତେ ସମାନ ନୁହଁନ୍ତି ସଂସାରେ ସଂସ୍କାରୀ ବି ରହିଛନ୍ତି । ଦେଖି ଏ ପ୍ରକାର ରୀତି ; ନୀରବେ ଲୋତକ ଢାଳନ୍ତି ଯେତେକ ଅଛନ୍ତି ବିଦ୍ବାନ ବ୍ଯକ୍ତି । ୮ ବାଞ୍ଝ କି ଜାଣଇ ପ୍ରସବ ବେଦନା ଛକା ନଜାଣଇ ରତି ମୂରୁଖ ଲୋକଟି ଉପଦେଶ ଦେଲେ ଚ଼େତିବେ କି ଏ ଜନଜାତି । ତେର ଓଲା ବାର ଜାତି ; ବରଷା ଯୁଆଡ଼େ ଛତା ତ ସିଆଡ଼େ ସାରଥି ଭଣ୍ଡର ଖ୍ଯାତି । ୯ ବାଞ୍ଝ କି ଜାଣଇ ପ୍ରସବ ବେଦନା ଛକା ନଜାଣଇ ରତି ମୂରୁଖ ଜନଟି ସାହିତ୍ଯ ରଚିଲେ ଶିଖିବେ କି ଏଇ ଜାତି ! ଶ୍ବାନ ଶୃଗାଳଙ୍କ ନାତି ; ମାଇପ ଛଡ଼ାର ମାଇପ ଏମାନେ ଘଇତା ଛାଡ଼ିର ପତି ।୧୦ ବାଞ୍ଝ କି ଜାଣଇ ପ୍ରସବ ବେଦନା ଛକା ନଜାଣଇ ରତି ସାହିତ୍ଯ ଜଗତେ କଳଙ୍କ ଏମାନେ ସଜାଡ଼ କଲମ କାତି । ଭାଷାପ୍ରେମୀ ଉଠ ମାତି ; ଅଳିଆ ହଟାଅ ଭାଷାକୁ ବଞ୍ଚାଅ ଶିବର ଭାବନା ଗୀତି । ୧୧ ********************************** ଭାଟପଡ଼ା, ନିରାକାରପୁର,କଣାସ,ପୁରୀ **********************************

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା