ଶାଶ୍ୱତ ପ୍ରେମ (ମୋ' ନିଜ ଅନୁଭୂତିରୁ)
 ¥¥¥¥¥¥¥¥¥¥¥¥¥¥¥¥¥¥¥ 
 (କଞ୍ଚା ହାତର ଲେଖନୀରୁ) 

 କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
 ସମ୍ପାଦକ - ଉଦୟ ଭାନୁ

      ଦୁଇଟି ହୃଦୟ , ଦୁଇଟି ମନ ଓ ଦୁଇଟି ଆତ୍ମାର ମିଳନକୁ ପ୍ରେମ କହନ୍ତି । ପ୍ରେମର ଅର୍ଥ ବୁଝିବା ଏତେ ସହଜ ନୁହେଁ । ବୁଝି ପାରିଲେ ସୁନ୍ଦର ;ଆଉ ବୁଝି ନପାରିଲେ ଅବୁଝା ଅଙ୍କ । ପ୍ରେମର ଅର୍ଥ ଭଲପାଇବା । ଅହେତୁକ ସ୍ନେହ , ଶ୍ରଦ୍ଧା । ମାତା- ପୁତ୍ରର ପ୍ରେମ , ଭାଇ -ଭଉଣୀର ପ୍ରେମ , ପିତା -ପୁତ୍ରର ପ୍ରେମ , ପତି - ପତ୍ନୀଙ୍କ ପ୍ରେମ ଏବଂ ଭକ୍ତ - ଭଗବାନଙ୍କ ପ୍ରେମ ; ସବୁଠି ଭରି ରହିଛି କେତେ ସ୍ନେହ , ଶ୍ରଦ୍ଧା , ଭକ୍ତି ଓ ଭଲପାଇବା । ଶାଶ୍ବତର ଅର୍ଥ ନିତ୍ଯ ବା ଅବିନଶ୍ୱର । ଅନ୍ୟ ଅର୍ଥରେ କହିଲେ ଅତି ସୁନ୍ଦର ହେବ । ପ୍ରେମ ସେତିକି ବେଳେ ସୁନ୍ଦର ହୁଏ ; ଯେତେବେଳେ ଆତ୍ମବିଶ୍ୱାସ , ଦୃଢ଼ବିଶ୍ବାସ , ସ୍ନେହ ଶ୍ରଦ୍ଧାଦି ପରିପୂଣ୍ଣ ହୁଏ । ମୁଁ ଏଠାରେ ପ୍ରମ ବିବାହର ପ୍ରସଙ୍ଗକୁ ହିଁ ଉଲ୍ଲେଖ କରୁଛି । 

           ଭଲ ମନ ଥିବା ମଣିଷକୁ ପ୍ରେମ କଲେ ସେ ପ୍ରେମରେ ସାର୍ଥକତା ଆସେ । ଧନ ଦୌଲତ ଦେଖି କିମ୍ବା ସୁନ୍ଦର ଯୌବନରେ ଆକୃଷ୍ଟ ହୋଇ ପ୍ରେମ କରିଲେ ; ସେ ପ୍ରେମରେ ସାର୍ଥକତା ନଥାଏ । ଆଜିକାଲି ଯୁବପିଢ଼ୀମାନେ ଏହିପରି ପ୍ରେମ କରି ଚ଼ାଲିଛନ୍ତି । ଜାଣି ରଖିବା ଉଚିତ୍ ଧନ ଦୌଲତ ଓ ଯୌବନ କ୍ଷଣସ୍ଥାୟୀ ; ଚ଼ିରସ୍ଥାୟୀ ନୁହଁନ୍ତି । ଆଜିର ଏ ଯୁବପିଢ଼ୀଙ୍କୁ ବୋଧହୁଏ ଜଣା ନାହିଁ ଏସବୁ । ନା ଜାଣି ଅଜଣା ବୁଝି ହୁଏନି । ଆଜି ଧନ ଦୌଲତ ଅଛି ; କିନ୍ତୁ କାଲିକି ନଥିବ । ତୁମ ପାଖରେ ଥିଲା ଯାଏଁ ସେ ତୁମ ସମ୍ପତ୍ତି ; ଆଉ କାହା ପାଖକୁ ଚ଼ାଲିଗଲେ ଆଉ କାହା ସମ୍ପତ୍ତି ହୋଇଯିବ । ଆଜି ତୁମ ପାଖରେ ତ କାଲି ଆଉ କାହା ପାଖରେ । ଆଜି ଅଛି କାଲିକି ନାହିଁ । ଆଜି ଯେଉଁ ବ୍ଯକ୍ତି କୋରଡ଼ପତି ; କାଲିକୁ ଭିକାରୀ ହୋଇପାରେ । ଯୌବନ ବି ଠିକ୍‌ ଏହିପରି । ଦୌଲତର ଅପରୂପ ଯୌବନ । ଆଜି ଅଛି କାଲିକୁ ନଥିବ । ବୟସର ବୃଦ୍ଧି ସହିତ ଯୌବନ ବି ଚ଼ାଲିଯିବ । ବୃଦ୍ଧାବସ୍ଥା ଉପନୀତ ହେବ । ଯୌବନରେ ବିକୃତତା ଆସିବ । କେତେଦିନ ତାକୁ ଉପଭୋଗ କରିବ ? ତେବେ ଏସବୁକୁ ନେଇ ସ୍ବପ୍ନ ଦେଖିବା କି ଦରକାର ? ଧନାନ୍ଧ , ରୂପାନ୍ଧ ନହୋଇ ପ୍ରେମାନ୍ଧ ବନିଯିବା ଉଚିତ୍‌ । ସ୍ନେହ , ଶ୍ରଦ୍ଧା ଓ ବିଶ୍ବାସ , ଭଲପାଇବାରେ ଅନ୍ଧ ହୋଇଗଲେ କ୍ଷତି କ'ଣ ? ଧନବାନ ଓ ସୁନ୍ଦର ଯୌବନ ଯୁକ୍ତ ପାତ୍ରପାତ୍ରୀ ବହୁତ ମିଳିବେ । କିନ୍ତୁ ; ଭଲ ମନ ଥିବା ପାତ୍ର ବା ପାତ୍ରୀ ଖୁବ୍‌ କମ୍‌ ପରିଦୃଶ୍ୟମାନ । କୋମଳ ଓ ଦରଦୀ ହୃଦୟବାନ୍‌ ବ୍ଯକ୍ତି ବିଶେଷ ସଂସାରରେ ବହୁତ କମ୍‌ । କିନ୍ତୁ ନିଜକୁ ବଦଳେଇ ପାରିଲେ ମାତ୍ରାଧିକ ସଂଖ୍ଯା ସୃଷ୍ଟି ହୋଇପାରିବ । 

      ଭଗବାନଙ୍କ ବିଚ଼ିତ୍ର ଲୀଳାନୁସାରେ ଭଲ ମନ , ଭଲ ହୃଦୟ ଓ ଭଲ ଚ଼ିନ୍ତାଧାରା ସମ୍ପନ୍ନ ବ୍ଯକ୍ତି ଦୁଃଖ ,କଷ୍ଟ ,ଯନ୍ତ୍ରଣାକୁ ସହ୍ଯ କରିଥାଏ । ବହୁ ବାଧାବିଘ୍ନର ସମ୍ମୁଖୀନ ହୋଇ କାଳାତିପାତ କରେ । ତା' ପାଖରେ ନଥାଇପାରେ ପ୍ରଚୁର ପରିମାଣରେ ଧନ ; ସେ ଗରିବ ହୋଇପାରେ ହେଲେ ଭଲ ମନ ଓ ଭଲ ହୃଦୟଟିଏ ତ ଅଛି । ଏଇ ଭଲ ଓ ଦରଦୀ ହୃଦୟଟି ହିଁ ତା'ର ସୁନ୍ଦର ଯୌବନ । ଭଲ ମନଟି ତା'ର ଧନ ଦୌଲତ ଯାହା ହୃଦୟ ବିବରେ ସଞ୍ଚିତ । ଭଲ ଚ଼ିନ୍ତାଧାରା ହିଁ ତା'ର ଆୟୁଷ । ଭଲ ଚ଼ିନ୍ତାଧାରା ଯୁକ୍ତ ମଣିଷ ଦୀର୍ଘଜୀବୀ ହୁଏ । ପ୍ରତ୍ଯେକ ଜୀବ ବିଭୁ ଦରବାରରେ ଗୋଟିଏ ପରେ ଗୋଟିଏ ପରୀକ୍ଷା ଦେଇ ଚ଼ାଲିଥାଏ । ବିଭୁ ତାକୁ ପରୀକ୍ଷା କରିବାକୁ ବୋଝ ଉପରେ ନଳିତା ବିଡ଼ା ପରି ଦୁ଼ଖ ଉପରେ ଦୁ଼ଃଖ ଲଦି ଦିଅନ୍ତି । ତାଙ୍କ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିଲେ ଅଜସ୍ର ସୁଖ ମିଳେ ; ଶାନ୍ତି ମିଳେ । ଆଉ ପରିଶେଷରେ ତାଙ୍କ ପରେମ। ପ୍ରାପ୍ତ ହୁଏ । ନଚେତ୍‌ , ଲୁହ ଓ ଯନ୍ତ୍ରଣା ତା'ର ଚ଼ିରସ୍ଥାୟୀ ହିଁ ହୋଇଯାଏ । ପାଲଟି ଯାଏ ଚ଼ିର ସହଚ଼ର । 

            ତେଣୁ ହେ ଆଜିର ଯୁବପିଢ଼ୀ ! ଏଇ ଛୋଟ ଅନୁରୋଧ ଟିକକ ରଖ । ଧନ ଯୌବନରେ ଅନ୍ଧ ହୋଇ ନିଜର ଜୀବନସାଥୀ ନିର୍ବାଚ଼ନ କରନାହିଁ । ଏମିତି ସାଥିଟେ ବାଛନ୍ତୁ ଯାହାର ଭଲ ମନ ,ଭଲ ହୃଦୟ , ଭଲ ଚ଼ିନ୍ତାଧାରା ଥିବ । ଯାହାକୁ ନେଇ ସାରା ଜୀବନ କାଟିବେ , ସେ ତୁମକୁ ବୁଝି ପାରୁଥିବା ହିଁ ଦରକାର । ଯିଏ ତୁମକୁ ସ୍ନେହ , ଆଦର , ପ୍ରେମ ଓ ଭଲପାଇବା ଦେଇପାରିବ ; ଯାହାର ସ୍ବଚ୍ଛ ମନ ଥିବ ଆଉ ମନରେ ଆବିଳତା ନଥିବ , ସେହିପରି ଜଣେ ଜୀବନସାଥିଟେ ଚ଼ୟନ କରିବା ଉଚିତ । ଏପରି ଲୋକ ନିରକ୍ଷର କିମ୍ବା ଖୁବ୍ ସ୍ବଳ୍ପ ଶିକ୍ଷିତ ହୋଇଥିଲେ ମଧ୍ୟ ସ୍ନେହ , ପ୍ରେମ ଓ ଭଲପାଇବା ଏବଂ ଭଲ ମନ ଆଉ ଭଲ ହୃଦୟ ହିଁ ତା'ର ଉଚ୍ଚଶିକ୍ଷା ହୋଇଥାଏ । 

     ଉପସଂହାରରେ କେବଳ ଏତିକି କହିବି ଯେ , ଜୀବନସାଥୀ ଆପଣେଇବା ପୂର୍ବରୁ ଅନ୍ତତଃ ଏତିକି ଚ଼ିନ୍ତା କରନ୍ତୁ ତା'ର ମନ ଓ ହୃଦୟ କିପରି ; ସେ ତୁମକୁ ଠିକ୍‌ ଭାବରେ ବୁଝି ପାରିବ ନା ନାହିଁ । ଉତ୍ତମ ସ୍ବଭାବ ଓ ଉତ୍କୃଷ୍ଟ ଚ଼ିନ୍ତାଧାରା ହିଁ ମଣିଷକୁ ଶୀର୍ଷରେ ପହଞ୍ଚାଇ ଥାଏ । ଏଇ ଚ଼ିନ୍ତାଧାରା ନେଇ ପ୍ରେମ ସମ୍ପର୍କ ସ୍ଥାପିଲେ ସେ ସମ୍ପର୍କ ଶାଶ୍ବତରେ ବଦଳିଯାଏ । ଚ଼ିରାନନ୍ଦ ପ୍ରାପ୍ତ ହୁଏ । ସାର୍ଥକ ପ୍ରେମର ନିଦର୍ଶନ ହୋଇଯାଏ । 

 ପ୍ରତିଷ୍ଠାତା/ମୁଖ୍ଯ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ ଭାଟପଡ଼ା , ନିରାକାରପୁର , କଣାସ ,ପୁରୀ ଯୋଗାଯୋଗ - ୮୯୧୭୪୮୦୫୩୬

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା