ପ୍ରେମ ଗୋଲାପ
- Get link
- X
- Other Apps
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ଭାଲେଣ୍ଟାଇନ ଡ଼େ ଆସୁଛି ପାଖେଇ
ମନ ହେଉଅଛି ବ୍ଯଗ୍ର
ଅମାନିଆ ମନ ମାନୁନାହିଁ ବୋଲ
ଉତ୍କଣ୍ଠା ହେଲାଣି ଉଗ୍ର ।୧
କାହାକୁ କେବେ ମୁଁ କରିନାହିଁ ପ୍ରେମ
ପ୍ରେମ କରିବାକୁ ଇଚ୍ଛା
ଜାଗ୍ରତ ହେଲାଣି ମନ ମଧ୍ୟେ ମୋର
ଘାରିଲାଣି ପ୍ରେମ ନିଶା ।୨
ଅତି ଯତନରେ ଲଗାଇ ଥିଲି ମୁଁ
ବାଡ଼ିରେ ଗୋଲାପ ଗଛ
ବଡ଼ ହୋଇ ଗଛ ଧରିଲାଣି ପୁଷ୍ପ
ରକ୍ତ ରଞ୍ଜିତ ଗୋଲାପ ।୩
କାହାକୁ ଦେବି ମୁଁ ପ୍ରେମର ଗୋଲାପ
କିଏ ସେହି ରାଜଯେମା ?
ମୋ ହୃଦ କୁଟୀରେ ଆଗମନ ହେବ
ଜାଣିପାରୁ ନାହିଁ ଜମା ।୪
ଭଲପାଏ ବୋଲି କହିଦେବ ଖୋଲି
ପାଇଯିବି ସାଥୀଟିଏ
ନିଃସଙ୍ଗ ଜୀବନ ଲାଗଇ ଦାରୁଣ
ଆସ ଆସ ଅଛ କିଏ ।୫
ସ୍ନେହ ପ୍ରେମ ପ୍ରୀତି ଭରିଦିଅ ଆସି
ଏଇ ମୋର ହୃଦୟରେ
କଥା ମୁଁ ଦଉଛି ରଖିବି ସାଇତି
ବାନ୍ଧି ପ୍ରେମ ପ୍ରଣୟରେ ।୬
ସମ୍ପାଦକ - ଉଦୟ ଭାନୁ
ପ୍ରତିଷ୍ଠାତା / ମୁଖ୍ଯ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
ଯୋଗାଯୋଗ - ୮୯୧୭୪୮୦୫୩୬
- Get link
- X
- Other Apps
Comments
Post a Comment