ଅସାଧୁ କବି
- Get link
- X
- Other Apps
କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି
ହାଙ୍କିବି ହାଙ୍କିବି କହୁଥେଲା ଭେକି
ଆତ୍ମଘୋଷିତ ସେ କବି
ଦେଖି ଭରା ଗରା ଯିଏ ଆତ୍ମହରା
ଭାବି ନେଉଥେଲା ବିବି ।
ଅସାଧୁ ଚ଼ରଣ ସେବି ;
ଆସିଥେଲା ପାଶେ କାହାର ସନ୍ଦେଶେ
କାଉ ପରି ଗଲା ରାବି ।
କୁକୁର କି ଜାଣେ ଠାକୁର ଅର୍ଚ୍ଚନା
ମଳରେ ଯାହାର ମନ
କହେ ଯଦି ପୁଷି ମୁଁ ନିରାମିଷାଶୀ
ଜଗତେ ହସିବେ ଜନ ।
ବାଞ୍ଝ ଚ଼ାହୁଁଛି ସନ୍ତାନ ;
ବାଡ଼ିଖିଆଟାର ନାହିଁରେ ସଂସ୍କାର
ମିଛେ ବଖାଣୁଛି ଜ୍ଞାନ ।
ଥିଲା ଯିଏ କାଲି ସାହିତ୍ଯ ବେପାରୀ
ସମାଜସେବୀ ସେ ଆଜି
ଭାଷା ସାହିତ୍ଯର ମାନ ରକ୍ଷା କର
କହି ବୁଲୁଛି ସେ ପାଜି ।
ଭକ୍ଷି ତା' ସଂସ୍କାର ଭୋଜି ;
ସାମାଜିକ ଗଣ - ମାଧ୍ୟମରେ ଜନ
ମନ୍ତବ୍ୟ ଦିଅନ୍ତି ଖୋଜି ।
ହାଣିବି ମାରିବି ଖୋଳିବି ତାଡ଼ିବି
ବହପ ଠାଣିରେ ଭଣେ
ମାଆ - ଭଉଣୀର ଜ୍ଞାନ ନାହିଁ ତା'ର
ପ୍ରଶଂସକ ପଣେ ପଣେ ।
ତୃତୀୟଲିଙ୍ଗି ଦର୍ଶନେ ;
ଛତରା ବାତେରା ଯେ' ମାଇପଛଡ଼ା
ମିଳନ୍ତି ଗୋଟିଏ ସ୍ଥାନେ ।
ଚ଼ାଟି ପର ପାଦ ବୋଲଇ କୋବିଦ
ମୋ' ଠାରୁ କେ' ନାହିଁ ଆଉ
ଗୋମୟରେ ନିତି ଘାଣ୍ଟି ହେବା ବ୍ଯକ୍ତି
ଦେଖାଉଛି ତା'ର ଭାଉ ।
ଅତି ଚ଼ାଲାକରେ କାଉ ;
ଅଭକ୍ଷ ଭକ୍ଷଣ କରେ ପ୍ରତିଦିନ
ବିଭାବରୀ ପାହୁ ପାହୁ ।
ଦେଖିବି ମୁଁ ଥରେ କଲମ ମୁନରେ
କେତେ ଶକ୍ତି ଅଛୁ ସଞ୍ଚି
ବାଚ଼ାଳାମି ତୋର ହୋଇବ ସଂହାର
ଯେଉଁଦିନ ଯିବୁ ରାଞ୍ଚି ।
ରହ ମୁଁ ଦେଉଛି ଚ଼ାଞ୍ଛି ;
ଯେତେ ରହିଛନ୍ତି ତୋର ପୋଷା କୁତୀ
ପଠାଅ ମୋହର କତି ।
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
ଯୋଗାଯୋଗ - ୮୯୧୭୪୮୦୫୩୬
- Get link
- X
- Other Apps
Comments
Post a Comment