ଗୋଲାପ
- Get link
- X
- Other Apps
କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି
ଗୋଲାପ ବୋଲି ନାମଟି ମୋହର
ବାସ ନାହିଁ ସିନା ଭାରି ଆଦର ।
ସଂସାରେ ଅଛନ୍ତି ଯେତେ ପ୍ରେମିକ
ପ୍ରେମିକାଗଣଙ୍କର ମୁଁ ଆନନ୍ଦ ।
ଆନନ୍ଦରେ ମୋତେ ନିଅନ୍ତି ତୋଳି
ପାଖରେ ରଖନ୍ତି ଯତନ କରି ।
ପ୍ରେମିକ ଦିଏ ପ୍ରେମିକାକୁ ମତେ
ପ୍ରେମିକା ରଖଇ ତାକୁ ଆନନ୍ଦେ ।
ବିଭାଘର ହେଲେ ମୋତେ ନିଅନ୍ତି
ବର ପାଲିଙ୍କିରେ ସଜାଇ ଦ୍ଯନ୍ତି ।
ବାସର ରାତିର ମଧୁମିଳନେ
ମଧୁଶଯ୍ୟାରେ ବିଛାନ୍ତି ଯତନେ ।
ପ୍ରେମର ପ୍ରତୀକ ରକ୍ତ ଗୋଲାପ
ସାଇବାବାଙ୍କର ମୁଁ ପ୍ରିୟ ପୁଷ୍ପ ।
ସତେଜ ଥିବା ଯାଏଁ ସର୍ବେ ମତେ
ପାଖରେ ରଖନ୍ତି ଅତି ସଂଯତେ ।
ମଉଳି ଗଲେ ମୁଁ ଅଦରକାରୀ
ନବୀନ ଗୋଲାପ ନିଅନ୍ତି ତୋଳି ।
ଗୋଲାପ ମୁହିଁ ମୋ ମୂଲ ଅମୂଲ
ମୋ ଲାଗି ସରବେ ଏଠି ପାଗଳ ।
ସମ୍ପାଦକ - ଉଦୟ ଭାନୁ
ପ୍ରତିଷ୍ଠାତା/ମୁଖ୍ଯ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
ଫୋ- ୮୯୧୭୪୮୦୫୩୬
- Get link
- X
- Other Apps
Comments
Post a Comment