ଭଣଜା ମାତୁଳୀ ହୋଲି

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି 


ହୋଲିରେ ଗୋପରେ ବିନୋଦ ସହିତେ ରାଇ
ଖେଳୁଥିଲେ ରଙ୍ଗ ମାନସେ ଆନନ୍ଦ ବହି । 
ରାଇ ବୋଳୁଥିଲେ ବିନୋଦ ଦେହେ ଅବିର
ବିନୋଦ ଅବିରେ ରଞ୍ଜିତ ରାଇ ଶରୀର ।

ଗୋପେ ଗୋପନାରୀ ବିଦାରି ହୁଅନ୍ତି କେତେ
ଏଡ଼େ ଅଭାଗିନୀ ଗୋପ ଗଉଡୁଣୀ ଯେତେ ।
ଦେଖି ଗୌରବର୍ଣ୍ଣ ବଦନ ମଞ୍ଜୁଳଲ ସେହି
ରାଇ ସୁନ୍ଦରୀର ଅଙ୍ଗେ ଅବିର ବୋଳଇ ।

ଭଣଞ୍ଜା ମାତୁଳୀ ହୋଲି ରଙ୍ଗ ବୋଳାବୋଳି
ଗୋପ ଦାଣ୍ଡେ ରାଇ ବିନୋଦର କୋଳାକୋଳି ।
ତ୍ଯାଗି ସଲ୍ଲଜ୍ଜତା ଗୋପ ଦାଣ୍ଡେ ବୃଷ ସୁତା
ସବୁରି ସମୀପେ ବିନୋଦ ରଙ୍ଗେ ରଞ୍ଜିତା ।

ନପାଇ ପରସ ଗୋପୀଙ୍କ ମାନସେ ଖେଦ
ହେଲେ ଅତ୍ର ହୋଲି  ରଞ୍ଜିତ ରାଇ ବିନୋଦ ।

ସମ୍ପାଦକ(ପ୍ରତିଷ୍ଠାତା) - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ 
ସମ୍ପାଦକ - ସୁଦେଷ୍ଣା (ଖବରକାଗଜ)
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ 
ଯୋଗାଯୋଗ - ୮୨୪୯୭୭୨୩୬୧

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା