ପୁଚି ଖେଳର ଜୀବନ
- Get link
- X
- Other Apps
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
ସମୟ ଆଉ ବୟସ
ଏଇ ଦୁହିଁଙ୍କ ଭିତରେ
ବାଜି ଲାଗିଚି ପୁଚି ଖେଳର
ଉଭୟେ ଗତିଶୀଳ ।
ସର୍ବଦା ଚଳଚଞ୍ଚଳ
ଅବିରାମ ଗତିରେ ଦିହେଁ
ଅହର୍ନିଶ ଦୌଡ଼ି ଚାଲିଛନ୍ତି
ଫୁର୍ସତ୍ ନାହିଁ ଜମା ତାଙ୍କୁ
କାହାକୁ ପ୍ରତୀକ୍ଷା ନାହିଁ ।
କାହାର ହେଉନି ଜିତାପଟ
କେହି ବି ହେଉନି ପରାଜିତ
ଉଭୟଙ୍କ ହିସାବ ସମାନ୍
ତାକୁ ତାଳ ଦେଇ ଚାଲୁଛି ଜୀବନ ।
ବହୁବାର ଚେଷ୍ଟା କରି ମଧ୍ୟ
ତାଙ୍କ ସହିତ ତାଳ ଦେଇ ପାରୁନି
ପଛରେ ପଡ଼ି ଯାଉଛି ଏ ଜୀବନ
ସେଥିଲାଗି ଭୋଗୁଛି ଦୁଃଖ ଯନ୍ତ୍ରଣା ।
ଜୀବନ ହୋଇପଡୁଛି ଦୁର୍ବିସହ
ନୈରାଶ୍ଯର କୃଷ୍ଣ କାଦମ୍ବିନୀ
ଛାୟି ଦେଉଛି ଜୀବନ ଆକାଶକୁ
ଝରି ପଡୁଛି ଅଜସ୍ର ଅଶ୍ରୁବାରି ।
ସମୟ ଓ ବୟସ ପୁଚି ଖେଳରେ
ବିଚରା ନିରୀହ ଜୀବନଟି
ବଳି ପଡ଼ିଯାଉଛି ଅକ୍ଳେଶେ
ଲିଭି ଯାଉଛି ତା' ଚିହ୍ନବର୍ଣ୍ଣ ।
ଭାଟପଡ଼ା , ନିରାକାରପୁର , କଣାସ ପୁରୀ
୮୯୧୭୪୮୦୫୩୬
- Get link
- X
- Other Apps
Comments
Post a Comment