ପଞ୍ଚଦେବ
- Get link
- X
- Other Apps
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
ଗଣପତି ଗଜାନନ ଗରବ ଗଞ୍ଜନ
ଗୁଣନିଧି ଗୁଣବାନ ଗୁଣରେ ଗହନ ।
ଗଣକ୍ରୀଡ଼ୋ ଗଣଙ୍କ ଗର୍ବ ଗାରିମା ଗ୍ରାସ
ଗିରିବାସୀ ଗୁରୁଦେବ ଗଣଙ୍କର ଈଶ ।୧
ନମୋ ନାରାୟଣ ନରୋତ୍ତମ ନନ୍ଦସୂତ
ନିରାକାର ନଭବର୍ଣ୍ଣ ନରଙ୍କର ନାଥ ।
ନରହରି ନରସିଂହ ନାରଦ ନରେଶ
ନରଖେଦ ନାଶ କର ନୀଳାଞ୍ଚଳ ନାଥ ।୨
ରୁଦ୍ର ରାମେଶ୍ୱର ରାସେଶ୍ବର ଋକ୍ଷନାଥ
ରୁଦ୍ରାକ୍ଷ ରଞ୍ଜନ ରଜତଗିରି ରକ୍ଷକ ।
ରତ୍ନ ରଞ୍ଜିତ ରୌପ୍ଯାଙ୍ଗ ରାଜ ରାଜେଶ୍ୱର
ରକ୍ଷଣେ ରଖନ୍ତୁ ରାମେଶ୍ୱର ରୁଦ୍ରେଶ୍ବର ।୩
ଅମ୍ବା ଅମ୍ବିକା ଅଶେଷ ଅଭୟା ଅମାପ
ଅଶ୍ରୁନାଶିନୀ ଅପୂର୍ବା ଅମ୍ବାଳିକା ଅଟ ।
ଅହମିକାନ୍ଧକାର ଅଦୃଶ୍ଯତା ଅପର୍ଣ୍ଣା
ଅଜର ଅମର ଅର୍ଦ୍ଧଚନ୍ଦ୍ର ଅର୍ଣ୍ଣପୂର୍ଣ୍ଣା ।୪
ଭଦ୍ରାଭିରାମ ଭଦ୍ର ଭୂଷଣ ଭଦ୍ରେଶ୍ବର
ଭକ୍ତର ଭଗବାନ ଭଜ ଭୁବନେଶ୍ବର ।
ଭବଭୂମି ଭେଦି ଭାର ଭ୍ରଷ୍ଟି ଭକ୍ତେଶ୍ବର
ଭାବ ଭର ଭକ୍ତି ଭର ଭୂଲୋକେ ଭାସ୍କର ।୫
ପଞ୍ଚଦେବ ପୟରେ ପ୍ରଣମୁଛି ପାପୀଷ୍ଠ
ପାପ ପାରାବାରେ ପାପ ପୂରିଛି ପ୍ରଚଣ୍ଡ ।
ପାପ ପୁଷ୍କରିଣୀରେ ପୂରାଅ ପୁଣ୍ୟ ପଙ୍କ
ପରମ ପୂଜ୍ଯ ପ୍ରଭୋ ପ୍ରଦର୍ଶ ପୁଣ୍ୟ ପଥ ।୬
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
- Get link
- X
- Other Apps
Comments
Post a Comment