ରଜ ବ୍ଯଙ୍ଗ ଗୀତ
- Get link
- X
- Other Apps
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
ବନସ୍ତେ ଡାକିଲା ଗଜ
ବରଷକେ ଥରେ ଆସିଛି ରଜ
ଆସିଛି ରଜଲୋ
ସୁନ୍ଦରୀଏ ହୁଅ ସଜ
ବଉଳଲୋ
ସୁନ୍ଦରୀଏ ହୁଅ ସଜ ।୧।
ପାଚିଲା ପଣସ ଆମ୍ବ
ଟୋକାଙ୍କୁ ଦେଖି ମୋ' ବଢୁଛି ଭାବ
ବଢୁଛି ଭାବଲୋ
କିଏ ମତେ ରାଜି ହେବ ?
ବଉଳଲୋ
କିଏ ମତେ ରାଜି ହେବ ?।୨।
ଥିରିଥିରି ଝୁଲେ ଦୋଳି
ଯଉବନ ମୋର ପଡ଼େ ଉଚ୍ଛୁଳି
ପଡ଼େ ଉଚ୍ଛୁଳିଲୋ
ଟୋକାଏ ଦେଖନ୍ତି ବୁଲି
ବଉଳଲୋ
ଟୋକାଏ ଦେଖନ୍ତି ବୁଲି ।୩।
ଉଠିଲା ବାଉଁଶ ଗଜା
ଆଖିଠାର ମୋତେ ମାରନ୍ତି ଟୋକା
ମାରନ୍ତି ଟୋକାଲୋ
ମନେ ମୋ' ପଶେ ଛନକା
ବଉଳଲୋ
ମନେ ମୋ' ପଶେ ଛନକା ।୪।
ଆମ୍ବବନେ କେଳିକୁଞ୍ଜ
ଅରିନ୍ଦମ ମତେ କରେ ମେସେଜ
କରେ ମେସେଜଲୋ
ବାବୁସାନ ମନ ଦୁଃଖ
ବଉଳଲୋ
ବାବୁସାନ ମନ ଦୁଃଖ ।୫।
ଦୋଳି ଛୁଇଁଯାଏ ଡାଳ
ପ୍ରେମ କରିବାକୁ ମନ ବ୍ଯାକୁଳ
ମନ ବ୍ଯାକୁଳଲୋ
ଦେଖା ନାହିଁ ଟୋକାଙ୍କର
ବଉଳଲୋ
ଦେଖା ନାହିଁ ଟୋକାଙ୍କର ।୬।
ଦୋଳି ମୁଣ୍ଡ କଟମଟ
ଟୋକୀ ସାଥେ ଟୋକା କରୁଛି ନାଟ
କରୁଛି ନାଟଲୋ
ଇଏ ତ ବୟସ ଦୋଷ
ବଉଳଲୋ
ଇଏ ତ ବୟସ ଦୋଷ ।୭।
ପାଦରେ ଅଳତା ନାଲି
ନାଗର କହିଛି ଆସିବ ବୋଲି
ଆସିବ ବୋଲିଲୋ
ମୋ' ସାଥେ ଖେଳିବ ଦୋଳି
ବଉଳଲୋ
ମୋ' ସାଥେ ଖେଳିବ ଦୋଳି ।୮।
ଏ ତ ପ୍ରେମ ରଜ ମୋର
ବୟସ ବଢୁଛି ମିଳୁନି ବର
ମିଳୁନି ବରଲୋ
ରୂପ ମୋ' ନୁହେଁ ସୁନ୍ଦର
ବଉଳଲୋ
ରୂପ ମୋ' ନୁହେଁ ସୁନ୍ଦର ।୯।
ଭୂମି ହେଲା ରଜବତୀ
ଏତେ ଟୋକା ଏ ବସ୍ତିରେ ଅଛନ୍ତି
ବସ୍ତିରେ ଅଛନ୍ତିଲୋ
ବୁଲି କେହି ନଚାହାନ୍ତି
ବଉଳଲୋ
ବୁଲି କେହି ନଚାହାନ୍ତି ।୧୦।
ଚହଟିଲା କୃଷ୍ଣଚୂଡ଼ା
ଟୋକା ହେଉ ଅବା ହେଉ ସେ ବୁଢ଼ା
ହେଉ ସେ ବୁଢ଼ାଲୋ
ଚଳେଇ ନେଲେ ଚଳିଲା
ବଉଳଲୋ
ଚଳେଇ ନେଲେ ଚଳିଲା ।୧୧।
ଗୋଲାପ ଗଛରେ କଣ୍ଟା
ଟୋକା ଖୋଜି ଖୋଜି ନଇଁଲା ଅଣ୍ଟା
ନଇଁଲା ଅଣ୍ଟାଲୋ
ଟୋକାଙ୍କର ନାହିଁ ଦେଖା
ବଉଳଲୋ
ଟୋକାଙ୍କର ନାହିଁ ଦେଖା ।୧୨।
ପ୍ରତିଷ୍ଠାତା/ମୁଖ୍ଯ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
ଯୋଗାଯୋଗ - ୮୯୧୭୪୮୦୫୩୬
- Get link
- X
- Other Apps
Comments
Post a Comment