ଦୀପାବଳି ଅମାବସ୍ୟା

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି 


ଆକାଶ ଦିଶଇ ଝିଲିମିଲି 
ଆସିଛିରେ ଆଜି ଦୀପାବଳି ।
ନଭମଣ୍ଡଳେ ନାହିଁ ଶଶାଙ୍କ 
ରହିଛି ଖାଲି ନକ୍ଷତ୍ରପୁଞ୍ଜ ।
ଚନ୍ଦ୍ରମା ନାହିଁ ଦିଶେ ଆଲୋକ
ପ୍ରତି ଗ୍ରାମ ଆଜି ଆଲୋକିତ ।
ଜଳେ ଦୀପାଳି ପ୍ରତି ଦୁଆରେ
ଜିକିମିକି ବାଣ ମନ ହରେ ।
ଆକାଶ ଫୁଲ ଆକାଶ ଛତା
ବାଣରେ ଦିଶେ ଆଲୋକ ଶିଖା ।
ଫୁଲଝରି ବାଣ ଧପଧପି 
ଦେଖିଲେ ଲାଗେ ବହୁତ ଖୁସି ।
ଆସ ହେ ସାଙ୍ଗ ସାଥୀ ସରବେ
ଦୀପ ଜାଳିବା ଏଇ ପରବେ ।
ବନ୍ଧୁବାନ୍ଧବ ସଙ୍ଗାତ ଭାଇ
ଆସନ୍ତୁ ସର୍ବେ ଏକାଠି ହୋଇ ।
ବରଷକେ ଥରେ ଦୀପାବଳି 
ପାଳିବା ଆମେ ଏକତ୍ର ମିଳି ।
ହସଖୁସି ଆନନ୍ଦ ବାଣ୍ଟିବା
ପ୍ରେମର ପଦ୍ମ ଫୁଟାଇ ଦେବା ।

ପ୍ରତିଷ୍ଠାତା/ମୁଖ୍ୟ ସମ୍ପାଦକ -ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ 
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ 
ଯୋଗାଯୋଗ - ୮୨୪୯୭୭୨୩୬୧ 

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା