ପଶୁପତି ବିନତି

          କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି 

ପଶୁପତି ବାରେ ଘେନ ମୋ'  ମିନତି
  ପ୍ରାଣ ମୋ' ହରିନିଅ ମିଳୁ ମୁକତି ;
          ବଞ୍ଚିବାକୁ ଇଚ୍ଛା ନାହିଁ 
          ମରିବାକୁ ଚାହେଁ ମୁହିଁ 
ଆଉ ମୋର ନାହିଁ ସହିବା ଶକତି....... ୧।

ଏଇ ସଂସାରଟା ଗୋଟେ ଜଉଶାଳ 
 ଜୀବନକୁ ଜାଳେ ଯନ୍ତ୍ରଣା ଅନଳ ;
     ଅଦୋଷରେ ଦୋଷୀ ହେଲି
          ବଞ୍ଚିଥାଇ ନିତି ମଲି
ତୁଟିଲାଣି ନିଜଠୁ ନିଜର ପ୍ରୀତି....... ୨।

   ମିଛ ଦୁନିଆ ମିଛ ଭାବ ପ୍ରବଣ
ଲୋଭ-ମୋହ ସବୁରି ଅଙ୍ଗ ଭୂଷଣ ;
       ସରବେ ସ୍ବାର୍ଥେ ନିପୁଣ 
        ଆପଣା ସାଜେ ଦୁର୍ଜନ
 ବଦଳି ଗଲାଣି ସବୁ ରୀତିନୀତି....... ୩।

   ଆଉ ଦୃଶ୍ଯ ହେଉନି ଶାଶ୍ବତ ପ୍ରେମ 
   କେହି ବୁଝେନା ଏଠି କାହର ମନ ;
           ଭରା ଯଉବନ ଦେଖି
           ସବୁ ଆଖି ଯାଏ ଲାଖି
 ବଢ଼ିଲାଣି ଏ ମରପୁରେ ଦୁର୍ନୀତି........ ୪।

  ଅହଂର କରାଳ ଛାୟା ଘୋଟିଛି ଏଠି
  ଧର୍ମ ଖଟୁଛି ଅଧର୍ମ ପାଖରେ ବେଠି ;
         ମଧୁ ଭାଷ୍ୟେ ଭରା ବିଷ
           ସମାଜ ସାରା କଳୁଷ
 ନାଶଯାଉ କଳିରେ କଂସ ରାଜୁତି..... ୫।

  ବନ୍ଧ ଭାଙ୍ଗି କୋହ ଆସେ ଉବୁକେଇ
   ଦୁର୍ଜନ ଦୌରାତ୍ମ୍ୟ ସହି ହେଉନାହିଁ ;
           ଆଉ ନପାରିବି ଦେଖି
          ନିଅ ମତେ ପାଶେ ଡାକି
  ଭୀତତ୍ରସ୍ତ ପ୍ରାଣେ କରୁଛି ବିନତି...... ୬।

ସମ୍ପାଦକ(ପ୍ରତିଷ୍ଠାତା) - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ 
    ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
           ଯୋଗାଯୋଗ - ୮୨୪୯୭୭୨୩୬୧ 

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା