ଭାଗ୍ଯହୀନ ଜୀବନର ଖେଦୋକ୍ତି
- Get link
- X
- Other Apps
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
କେଡ଼େ ଭାଗ୍ଯହୀନ ମୋର ଏ ଜୀବନ
ଜନମୁ ଯନ୍ତ୍ରଣା ଭାର
କେଉଁ ଜନ୍ମ କୃତ ଏ ଅଭିସମ୍ପାତ
ବୁଝାଇ କୁହ ଠାକୁର ।
ଆପଣା ସାଜିଲେ ପର ,
ପର ନୋହିଲେ ନିଜର ;
ସ୍ବାର୍ଥର ସଂସାରେ ନିଃସ୍ବାର୍ଥ ଭାବରେ
ବଞ୍ଚିବା ଜଟିଳକର...।୦।
ନାହିଁ ଧନ ବଳ ସେଲାଗି ସକଳ
ଶତ୍ରୁ ପରି ବ୍ଯବହାର
ନାହିଁ କେ' ନିଜର ବନ୍ଧୁ ସହୋଦର
ନିଃସଙ୍ଗ ଜୀବନ ମୋର ।
ଛାତିକୁ କରି ପଥର ,
ସହୁଛି କଷଣ ଭାର ;
କେତେଦିନ ଆଉ କୁହ ମହାବାହୁ
ଦେଖିବ ଏ ଦୁଃଖ ମୋର...।୧।
ଆଉ ପାରୁନାହିଁ ଜମାରୁ ମୁଁ ସହି
ଦୁଃଖ ମୋ' ଲାଘବ କର
ବହି ଦୟା ଭାବ ତଟେ ଦିଅ ନାବ
କରିନିଅ ଆପଣାର ।
ଏତିକି ପ୍ରାର୍ଥନା ମୋର ,
ଶୁଣିବା ହୁଅ ଠାକୁର ;
ଚ଼ରଣେ ଶରଣ ଦିଅ ନାରାୟଣ
ସେବିବି ପଦ୍ମ ପୟର...।୨।
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
ଯୋଗାଯୋଗ - ୮୨୪୯୭୭୨୪୬୧
- Get link
- X
- Other Apps
Comments
Post a Comment