ମତେ ମୁର୍ଚ୍ଛି ଦିଅ ନାହିଁ
- Get link
- X
- Other Apps
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ- ଉଦୟ ଭାନୁ
ଆସିଛି ଦୂରରୁ ସାଇଙ୍କ ଧାମରୁ
ଫକୀର ମୁଁ ଦ୍ବାର ଦେଶେ
ଭିକ୍ଷା ଗଣ୍ଡେ ଦେବ ସାଇ କୃପା ନେବ
ଫେରାଅ ନାହିଁ ନିରାଶେ ।୧
ସାଇ କଥାମୃତ ମଞ୍ଜୁଳ ସଙ୍ଗୀତ
ଝରୁଛି କଣ୍ଠରୁ ମୋର
କଳିଯୁଗେ ସାଇ ବିଖ୍ଯାତ ବୋଲାଇ
ଦୁଃଖକୁ କରନ୍ତି ଦୂର ।୨
ଗ୍ରାମରୁ ସହର ସାଇବାବାଙ୍କର
ପ୍ରଚାରରେ ମତି ମୋର
ଧରି ଭିକ୍ଷା ଝୁଲି ଫକୀର ସାଜିଲି
କାଟି ମାୟା ସଂସାରର ।୩
ଶିରିଡ଼ି ଧାମରୁ ସାଇ ଆଶ୍ରମରୁ
ବାବାଙ୍କ ବିଭୂତି ନେଇ
ସାଧୁଟେ ଆସିଛି ଭିକ୍ଷା ମାଗୁଅଛି
ମତେ ମୁର୍ଚ୍ଛି ଦିଅ ନାହିଁ ।୪
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
ଯୋଗାଯୋଗ - ୮୯୧୭୪୮୦୫୩୬
- Get link
- X
- Other Apps
Comments
Post a Comment