ମନ୍ଦାର ଫୁଲ
- Get link
- X
- Other Apps
କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
ମନ୍ଦାର ବୋଲି ନାମଟି ମୋହର
କେତେ ଯେ ରଙ୍ଗ ବେରଙ୍ଗ
ବାଡ଼ି ବଗିଚାରେ ସବୁଠି ଥାଏ
ପଲ୍ଲବ ପୋତିଲେ ହୁଅଇ ଗଛ ।
ରକ୍ତ ଶ୍ବେତ ପୀତ ଗୋଲାପୀ ରଙ୍ଗ
ନୀଳ ସହିତରେ ଘୃତ ରଙ୍ଗ ରୂପ
କେତେ ରଙ୍ଗରେ ରଞ୍ଜିତ ହୋଇ
ବଢ଼ାଇ ଥାଏ ମୁଁ ପାଟ ସୌନ୍ଦର୍ଯ୍ୟ ।
ସବୁ ରଙ୍ଗରେ ମୁଁ ସବୁଠି ଥାଏ
ଦର୍ଶନେ ଦର୍ଶକ ମନ ମୋହିନିଏ
ସଭିଙ୍କର ମୁଁ ଅଟେ ଆଦରଣୀୟା
ମତେ ବା ଭୁଲି ପାରୁଛି କିଏ ?
ପୂଜା ପାଇଁ ମତେ ନିଅନ୍ତି ତୋଳି
ମୋ ଲାଗି ସୁନ୍ଦର ବଗିଚା ବାଡ଼ି
ଠାକୁର ମଥାରେ ମତେ ଆଦରେ
ଯତନେ ଖଞ୍ଜାଏ ବଗିଚା ମାଳି ।
ସବୁ ରୂପର ଗୁଣ ମୋର ସମାନ
ଅର୍ଥ ଅନେକ ଅଛି କହୁଛି ଶୁଣ
ମୋ ଗୁଣ ମହାତ୍ମ୍ୟ ମୋତେ ହିଁ ଜଣା
କିସ ଜାଣିବେ ବା ଏ ନର ଅଜ୍ଞାନ ।
ନାଲି ମନ୍ଦାରଟିଏ ଦିଏ ସନ୍ଦେଶ
ଜୀବନେ ନହୁଅ କେବେ ହତାଶ ।
ବୁଝି ବିଚାରିକି କାର୍ଯ୍ଯ କରିଲେ
ନଆସିବ ପ୍ରାଣେ କେବେ ବତାସ ।
ଘୃତ ରଙ୍ଗରେ ରଞ୍ଜିତ ମୁଁ ପୁଷ୍ପ
ଦିଅଇ ସରବେ ଏଇ ସନ୍ଦେଶ
ପରକୁ ଆପଣା କରିବ ଯଦି
ମିତ୍ର ହେବ ଶତ୍ରୁ କଥାଟି ସତ ।
ଶ୍ବେତ ଜବାର ସଙ୍କେତ ଏଇ
ଶୁଣ ବାଳକେ ମନ ଲଗାଇ
ଆମେରେ ସର୍ବେ ଭଉଣୀ ଭାଇ
ସ୍ନେହ ପ୍ରେମରେ ଦେବା ଭସାଇ ।
ଜାତିଭେଦ ସବୁ ଉଠାଇ ଦିଅ
ଆପଣାପଣରେ ଭସାଇ ଦିଅ
ପର-ଆପଣା ଭାବକୁ ଭୁଲି
ଖୁସିରେ ଶାନ୍ତିରେ ଦିନ କଟାଅ ।
ଗୋଲାପୀ ମନ୍ଦାର କଥାଟି ଶୁଣ
ନିଜକୁ ନମଣ କେବେ ହେଁ ରୁଗ୍ଣ
ଜୀବନଟା ଭାଇ ସରସ ସୁନ୍ଦର
ପରାଣେ ଭର ସ୍ନେହ ସୁଗୁଣ ।
ଏମିତି ଅନେକ ଗୁଣ ତ ଅଛି
ସନ୍ନ୍ୟାସୀ ସିନା ବୁଝି ପାରନ୍ତି
ବିଜ୍ଞାନୀ ବୁଝେ ସିନା ଏ ଗୁଣ ନୀତି
ଅଜ୍ଞାନ କି ଏହା ବୁଝି ପାରନ୍ତି !!
ମୋ ପରି ରୁହ ପୁଷ୍ପଟେ ହୋଇ
କାହା ସାଥେ ନରଚ ବିବାଦ କେହି
ଆମେ ସର୍ବେ ମିତ୍ର ଭଉଣୀ-ଭାଇ
ମାନିଲେ ଅନ୍ତେ ବୈକୁଣ୍ଠେ ରହି ।
ସମ୍ପାଦକ -ଉଦୟ ଭାନୁ (ସାହିତ୍ୟ ଓ ସମାଜସେବା ସଙ୍ଗଠନ)
ସା-ପୋ -ଭାଟପଡ଼ା
ଭା- ନିରାକାରପୁର
ଜି-ପୁରୀ
୭୫୨୦୧୯
- Get link
- X
- Other Apps
Comments
Post a Comment