ଗୁରୁ ପ୍ରାର୍ଥନା
- Get link
- X
- Other Apps
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
ଗୁରୁ ତୁମେ ମହେଶ୍ୱର
ତବ ପଦେ ମୋର ଥାଉ ନିରନ୍ତର
ଭକ୍ତିରେ ଉତ୍ତମାଙ୍ଗର ।
ଗୁରୁଦେବ ତୁମେ ଜ୍ଞାନମନ୍ଦର
ଅଜ୍ଞାନ ସଂସାରୁ ମତେ ଉଦ୍ଧର ।୧
ଅଜ୍ଞାନ ଶର୍ବରୀ ଯାଉ ଅପସରି
ଆସୁ ଜ୍ଞାନର ସକାଳ
ଗୁରୁ ପଦ ସେବା ହେଉ ମୋର କାମ୍ୟ
ଥାଉ କରୁଣା ଅପାର ।
ତୁମେ ମାତା ତୁମେ ପିତା ମୋହର
ଭକ୍ତିଚିତ୍ତେ ପ୍ରଣମୁଛି ପୟର ।୨
ଦିଅ ଶୁଭାଶିଷ ହେ ଅକ୍ଷଦର୍ଶକ
ମୋର ପୂଜ୍ଯ ଗୁରୁଦେବ
ଅକ୍ଷସୂତ୍ର କରି ଗୁରୁଙ୍କ ନାମକୁ
ସାଜିବି ଅକ୍ଷରମୁଖ ।
ତବ ପଦେ ମୋର ଚିର ନମନ
ଦିବ୍ଯଜ୍ଞାନ ପ୍ରଦାନନ୍ତୁ ଆପଣ ।୨
ଗୁରୁ ଦିବସରେ ଗୁରୁଙ୍କ ପୟରେ
ଏତିକି ମୋ' ନିବେଦନ
ପ୍ରଣାମ ଘେନନ୍ତୁ ହେ ପରମବ୍ରହ୍ମ
ଗୁରୁଦେବ ମହାତ୍ମାନ ।
ତବ ଆଶିର୍ବାଦ ହେଉ ମୋ' କାମ୍ୟ
ତବ ଜ୍ଞାନ ପ୍ରାପ୍ତେ ହୋଇବି ଧନ୍ଯ ।୪
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
୮୯୧୭୪୮୦୫୩୬
- Get link
- X
- Other Apps
Comments
Post a Comment