ଦର୍ଶନର ସୌଭାଗ୍ୟ
- Get link
- X
- Other Apps
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
ସ୍ମରଣୀୟ ଦିବସ ଥିଲା ମୋ ପାଇଁ
ଦି'ହଜାର ସତର ସତେଇଶି ତାରୀଖ
ଭାଦ୍ରବ ମାସର ଶେଷ ରବିବାର
ଭାଲୁକୁଣୀ ଓଷା ଶେଷ ପାଳି ।
ଯାଇଥିଲି ଏକ ବିଶେଷ କାମରେ
ସୁଦୂର ଯାଜପୁର ସଦରେ,
ପ୍ରତ୍ଯାବର୍ତ୍ତନ କରିବାର ଥିଲା ସେଦିନ
କିନ୍ତୁ ଆସିପାରି ନଥିଲି ମୁଁ ।
ଶକ୍ତ ଡୋରୀଟିଏ ବାନ୍ଧି ହୋଇ ରହିଯାଇଥିଲା
ମୋର ଦୁଇଟି ଯାକ ପାଦରେ
କେହି ଜଣେ ସେ ଡୋରୀକୁ ଟାଣୁଥିଲା
ତା' ନିଜ ଆଡକୁ ଖୁବ୍ ଜୋର୍ରେ ।
କିଏ ସେହି ହୋଇପାରେ !
ଭଉଣୀଙ୍କ ବାରଣ ମାନି ଅଟକି ଗଲି ;
ଆଉ ଗୋଟେ ଦିନ ତାଙ୍କ ଘରେ
ରହିବାର ସୁଯୋଗ ମିଳିଲା ।
ଧୀରେ ଧୀରେ ପ୍ରବେଶିଲା ଅପରାହ୍ନ
ଦୁଇ ଜଣ ଦୁଇଗୋଟି ସାଇକେଲ୍ ଧରି
ବାହାରି ପଡିଲୁ ପରିଭ୍ରମଣରେ
ଅନେକ ଜାଗା ବୁଲି ଦେଖିଲୁ ।
ଘନେଇ ଆସିଲା ସନ୍ଧ୍ଯା
ଉପନୀତ ହେଲୁ ବିରଜା ମନ୍ଦିରେ,,
ସନ୍ଧ୍ଯାରତୀ ପାଇଁ ଚାଲିଛି ପ୍ରସ୍ତୁତି
ପ୍ରାପ୍ତ କଲି ଆରତୀ ଦର୍ଶନର ସୌଭାଗ୍ୟ ।
ପୂର୍ଣ୍ଣ ହେଲା ମୋର ଆଶା ଓ ଆକାଂକ୍ଷା
ବହୁଦିନୁ ଥିଲି ଦର୍ଶନାଭିଳାଷୀ
ପୂର୍ଣ୍ଣତାରେ ହେଲା ପରିଣତ
ଅନୁଭବ କଲି ଅନେକ ଆନନ୍ଦ ।
ବ୍ରାହ୍ମଣଙ୍କ ବେଦ ମନ୍ତ୍ର ପାଠେ
ପ୍ରକମ୍ପିତ ହୋଇ ଉଠୁଥିଲା
ସାୟଂକାଳେ ବିରଜା ମନ୍ଦିର,
ସରିଗଲା ଆରତୀର ପର୍ବ ।
ଭକ୍ତଗଣଙ୍କ ସହିତ ମିଶି
ଆରତୀ ଘେନି ପ୍ରଣମିଲି ସାଦରେ ;
ମାନସିକଟେ କରି ଆସିଛି
ପୂର୍ଣ୍ଣ ହେଲେ ଯିବି ପୁନର୍ବାର ।
ମାଆଙ୍କର ଅପାର କରୁଣା ବାରି
ସତରେ ମୋ ଶିରେ ବର୍ଷିବ ବୋଲି
ନଥିଲା ମୋର ଆଶା ବିଶ୍ବାସ
ସ୍ବପ୍ନରେ ସୁଦ୍ଧା ଭାବି ନଥିଲି କେବେ ।
ମାଆଙ୍କୁ ଏତିକି କେବଳ ପ୍ରାର୍ଥନା
ଯଦି ଲଗାଇଛ ମମତାର ଡୋରୀ
କଦାପି ସେହି ଡୋରୀ ନଯାଉ ଛିଡି
ସୁତ ରୂପେ ବରିନିଅ ମାତେ
ଏତିକି ଗୁହାରୀ ବେନି କର ଯୋଡି ।
ଭାଟପଡା,ନିରାକାରପୁର,କଣାସ (ପୁରୀ)
ଫୋ-୮୯୧୭୪୮୦୫୩୬
- Get link
- X
- Other Apps
Comments
Post a Comment