ଗଙ୍ଗା ତୁମେ କେଉଁଠି ?
- Get link
- X
- Other Apps
*****************
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
**************************
ହେ ଗଙ୍ଗା !
ତୁମେ କେଉଁଠି ?
କେଉଁ ଅଜଣାଞ୍ଚଳେ ହୃତ ହୋଇଲ?
ଖୋଜି ବି ପାଉନି ତୁମକୁ।
ସମ୍ପର୍କରେ ତୁମେ ଜ୍ଯେଷ୍ଠ ବୋଲି
ଯା' ଇଚ୍ଛା ତା' କରିବ ନା କ'ଣ !
କାହାରିକୁ କିଛି ନଜଣେଇ
ହଠାତ୍ ଉଭାନ୍ ହୋଇଗଲ !
ଆମେ ଦୁଇ ଭାଇ ଦୁଇ ସାଙ୍ଗ ଭଳି
ଅତି ଘନିଷ୍ଠ ସମ୍ପର୍କ କାହାର
ନଜର ଲାଗିଲା କେଜାଣି
ସମ୍ପର୍କରେ ଆଙ୍କି ହୋଇଗଲା
ବହଳିଆ ଲମ୍ବା ପୂର୍ଣ୍ଣଚ୍ଛେଦଟିଏ ।
ତୁମ ସହ ମୋର ଶେଷ ଦେଖା
ସାଲେପୁର ଯିବାକୁ ଦି'ଦିନ ବାକି
ବାସ୍, ସେତିକି
ଆଉ ଦେଖା ହୋଇନି ତୁମ ସହିତ ।
ସାଲେପୁର ଯାତ୍ରାରୁ ଫେରିବା ପରେ
ମେଡିକାଲରେ ଆଡ୍ମିଟ୍ ଖବର
ବ୍ଯଥିତ କରିଦେଲା ମୋ ତନୁମନ
ଶିହରି ଉଠିଲା ମୋ ସର୍ବାଙ୍ଗ ।
ପୁନରାୟ ଦୁଇ ଦିନ ପରେ
ତୁମେ ଚାଲିଯିବାର ଖବର
ମଡମଡ କରି ଭାଙ୍ଗିଦେଲା
ମନର ଶଲ୍ଯ ସବୁକୁ ମୋର।
ହେ ଗଙ୍ଗା ତମେ କୁଆଡେ ଗଲ ?
କି ପ୍ରକାର ଏ ଅଭିମାନ ତୁମର ?
କେଉଁ ଅପରାଧର ଏ ଶାସ୍ତି ?
ମୋତେ ନହେଲା ନାହିଁ ପଛକେ
ବାପଘର ସ୍ମୃତି ଭୁଲି ନଥିବା
ଶାଶୁଘର ଘରକରଣା
ଶିଖି ନଥିବା ସହଧର୍ମିଣୀକୁ ବି
ନିଃସ୍ବ କରି ଚାଲିଗଲ ତୁମେ !
ଭଲଭାବେ ଦୁନିଆ ଦେଖି ନଥିବା
ଏଡିକି ବକଟେ ଅଜ୍ଞାନ ବାଳୁତ
କିପରି ଛିନ୍ନ କଲ ତୁମ ପିତୃତ୍ୱ ?
କିଏ ବା ହେବ ତାଙ୍କ ସାହାରା ?
ଏ କେଉଁ ମହାନତାର ପରିଚୟ ?
ମିଳିଗଲା କି ମନକୁ ଶାନ୍ତି !
ହେ ଗଙ୍ଗା !
ମୁଁ ଉତ୍ତର ଚାହେଁ ।
ଆଜି ଛୁଟୁଛି ଅଶ୍ରୁ ନିର୍ଝର
ଦୟା ଧାର ମକରା ସୈକତ
ପନ୍ଦର ପଲ୍ଲୀରେ ଦୟନୀୟ ବନ୍ଯା
ପଲ୍ଲୀବାସୀ ଓଷ୍ଠ ଧାରୁ ହୃତ ହସ ।
କଣାସ ମାଟିର କୋଣେ ଅନୁକୋଣେ
ତୁମ ନିଖୋଜ ବାର୍ତ୍ତା ପ୍ରାପ୍ତ ମାତ୍ରେଣ
ଲୋତକ ବାରି ଖର ସ୍ରୋତକୁ
ରୋକିବାକୁ କୁହ କାହାର ସକ୍ଷମ ?
ବନ୍ଯା ବିଭୀଷିକା ଭସାଇ ନେଲାଣି
ତୁମ ନିଜ ହାତେ ଗଢ଼ିଥିବା
ତୁମର ମହାବୀର ଯୁବକ ସଂଙ୍ଘ
ଭାସିଗଲେଣି କର୍ମକର୍ତ୍ତା ସମୂହ ।
ହେ ଗଙ୍ଗା !
ଆସି ଦେଖିଯାଅ କେମିତି ଏ ବନ୍ଯା
କ୍ଷୟକ୍ଷତି କରି ସାରିଲାଣି
କେତେ କେତେ ହୃଦୟ ନିଳୟ ।
ତୁମ ଲ।ଗି ସୃଷ୍ଟି ଏହି ବନ୍ଯା
ପୋଛିପାଛି ଧୌତ କରିସାରିଲାଣି
କେତେ ପଲ୍ଲୀ ବାସିନ୍ଦାଙ୍କ ହସଖୁସି
ସ୍ବଚକ୍ଷୁରେ ଦେଖିଯାଅ ଥରେ ।।
***********************
ସମ୍ପାଦକ -ଉଦୟ ଭାନୁ
ଭାଟପଡ଼ା,ନିରାକାରପୁର,କଣାସ (ପୁରୀ)
ଯୋଗାଯୋଗ- ୮୯୧୭୪୮୦୫୩୬
- Get link
- X
- Other Apps
Comments
Post a Comment