ମାଘ ମହାତ୍ମ୍ଯ
- Get link
- X
- Other Apps
ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
ମାଘ ପରି ନାହିଁ ମାସ
ମହାତ୍ମ୍ୟ ତା'ର ସରସ
ବଉଳ ଲୋ.....
ବିଦିତ ଜନମାନସ...
ବଉଳ ଲୋ..... ୧
ଧନୁ ସଂକରାନ୍ତି ପରେ
ମାଘ ଓହ୍ଲାଏ ଧରାରେ
ବଉଳ ଲୋ.....
ବସନ୍ତ ମରୁତ ଝରେ...
ବଉଳ ଲୋ..... ୨
ମାଘ ସ୍ନାନଟି ପବିତ୍ର
ଧର୍ମ ଅର୍ଜନ ସର୍ବତ୍ର
ବଉଳ ଲୋ.....
ମାଘଟି ମଘା ନକ୍ଷତ୍ର...
ବଉଳ ଲୋ..... ୩
ଶୀତର ଅନ୍ତିମ ମାସ
ସିଂହ ସମାନ ପରସ
ବଉଳ ଲୋ.....
ସୂର୍ଯ୍ଯପୂଜାଟି ବିଶେଷ...
ବଉଳ ଲୋ..... ୪
ଏ ମାସର ଆକର୍ଷଣ
ମକର ସଂକ୍ରାନ୍ତି ଜାଣ
ବଉଳ ଲୋ.....
ଉତ୍କଳେ ପର୍ବ ପ୍ରଧାନ...
ବଉଳ ଲୋ..... ୫
ଭୀଷ୍ମ ଏକାଦଶୀ ମୌନୀ
ଅମାବାସ୍ଯା ପଡ଼େ ପୁଣି
ବଉଳ ଲୋ.....
ଏସବୁ ପାପନାଶିନୀ...
ବଉଳ ଲୋ..... ୬
ଦାନ-ଉପବାସ-ବ୍ରତ
ବିଷ୍ଣୁ ପୂଜାଟି ମହତ
ବଉଳ ଲୋ.....
ଅଗ୍ନ୍ଯୁତ୍ସବଟି ଶାଶ୍ୱତ...
ବଉଳ ଲୋ.....୭
ମାଘ ପଞ୍ଚମୀଟି ପୁଣ୍ଯ
ବୀଣାପାଣିଙ୍କ ଅର୍ଚ୍ଚନ
ବଉଳ ଲୋ.....
ତୀର୍ଥ ମାସେ ମାଘ ଗଣ୍ଯ...
ବଉଳ ଲୋ..... ୮
ଆଉ କି ବର୍ଣ୍ଣିବି ମୁହିଁ
ଲେଖିଲେ ହୋଇବ ବହି
ବଉଳ ଲୋ.....
କାବ୍ୟଭୂଷଣ କହଇ...
ବଉଳ ଲୋ..... ୯
ମାଘ ପରି ନାହିଁ ମାସ
ମାହାତ୍ମ୍ୟ ତା'ର ସରସ
ବଉଳ ଲୋ.....
ସବୁ ମାସଠୁ ବିଶେଷ...
ବଉଳ ଲୋ..... ୧୦
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
ଫୋନ୍ ନଂ - ୮୯୧୭୪୮୦୫୩୬
- Get link
- X
- Other Apps
Comments
Post a Comment