ଅଲିଭା ସ୍ମୃତି

      କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି 


ଆଉ ଝରିବନି କାହା ଆଖିରୁ
ଅହରହ ଅମାପ ଅଶ୍ରୁ 
ଯାହା ଝରିବାର ଥିଲା ଆଜି 
ପୋଛିପାଛି ହୋଇ ନିଗିଡି ଗଲା।

କିନ୍ତୁ  ସ୍ମୃତି କେବେ ଲିଭିବନି
ତୁମ ପ୍ରଶଂସକଙ୍କ ସ୍ମୃତି ପଟଳୁ
ସଦା ସନ୍ତୁଳିତ ହେଉଥିବ ମନ
ଝୁରୁଥିବେ ପ୍ରତ୍ଯେକଟି ପ୍ରାଣ ।

ଓଡିଶାର କୋଣେ ଅନୁକୋଣେ
 ସକାଳରୁ ସଞ୍ଜ ଚର୍ଚ୍ଚାରେ ଅନିତା
ସବୁରି ତୁଣ୍ଡେ ଗୋଟିଏ କଥା 
ଆହା !! ଭଗବାନ କି ନିଷ୍ଠୁର !!

ମନେ ପକାଉଥିବେ ସକଳେ
ରୂପେଲି ପରଦାର ସୁନେଲି କଥା
ଦରାଣ୍ଡି ହେଉଥିବେ ସମସ୍ତେ 
ସ୍ନେହମୟୀ ମମତାମୟୀ ମାଆକୁ ।

କପୋଳକଳ୍ପିତ କାହାଣୀର 
ମାଆ ଭୂମିକାର ଅଭିନେତ୍ରୀ
ଅନିତାଙ୍କ ଅଭିନୟ ଯାଦୁ
ଲାଗୁଥିଲା ସତେ ଯେମିତି ବାସ୍ତବ ।

ଦୂରଦର୍ଶନର ପରଦାରୁ
ଅନୁଭବ କରି ପାରୁଥିଲେ 
ତୁମ ସ୍ନେହ ପ୍ରେମ ଓ ଭଲପାଇବା 
ସମସ୍ତ ସୁଧି ଦର୍ଶକ ।

ଆଉ କିଏ ଦେବ ସେ ମମତା ?
ଚିହ୍ନା ମୁହଁ ସିନା ହୃତ
ହେଲେ ହଜି ପାରିବନି ସ୍ମୃତି 
ମନେ ପଡୁଥିବ ପ୍ରତି କ୍ଷଣ ।

ନିତ୍ଯ ସ୍ମରୁଥିବେ ତୁମକୁ ଜନତା 
ଚଳଚ୍ଚିତ୍ର ଜଗତର ଇତିହାସେ
ତୁମ ପାଇଁ ଯୋଡା ହେଲା ଜାଣ
ଆଉ ଗୋଟିଏ ଚିର ଅମର ପୃଷ୍ଠା ।     
       ସମ୍ପାଦକ - ଉଦୟ ଭାନୁ 
ଭାଟପଡା,ନିରାକାରପୁର,କଣାସ
               (ପୁରୀ)

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା