ସ୍ବାମୀ ବିବେକାନନ୍ଦ

 

ସ୍ବାମୀ ବିବେକାନନ୍ଦ

କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି 
    
ଓଡ଼ିଆଙ୍କ ଗର୍ବ      ହେ ବିବେକାନନ୍ଦ 
        ଯୁବ ପ୍ରତିଭାଙ୍କ ଉତ୍ସ
ଯୁବଗୋଷ୍ଠୀ ଆଜି      ଖୋଜୁଛି ତୁମକୁ
      ଫେରି ଆସ ଆମ୍ଭ ପାଶ ।୧
ସତ୍ଯ ନ୍ଯାୟ ଧର୍ମ      ଥିଲା ବିରାଜିତ
      ଯେ କାଳେ ଥିଲେ ଆପଣ
ଆଧ୍ଯାତ୍ମିକ ମାର୍ଗେ      ଗମୁଥିଲେ ସର୍ବେ
       ଭଜୁଥିଲେ ଭଗବାନ ।୨
ବାଳୁତ କାଳରୁ      ବିଚକ୍ଷଣ ବୁଦ୍ଧି
       ତୁମର ହେଲା ଜାଗ୍ରତ
ଛୋଟ ବୟସରୁ      ଆଧ୍ଯାତ୍ମିକ ମାର୍ଗେ 
      ହୋଇଥିଲେ ପ୍ରଭାବିତ ।୩
ଗୁରୁ ରାମକୃଷ୍ଣ      ପରମହଂସଙ୍କ 
        ଆଦର୍ଶକୁ ଆପଣେଇ 
ସଂସାରେ ବିଦିତ      ହୋଇଲେ ଆପଣ
       ବିବେକାନନ୍ଦ ବୋଲାଇ ।୪
ବିଶ୍ବ ନିବାସୀଙ୍କୁ      ନୂତନ ଦିଗନ୍ତ 
      ଦେଖାଇ ଥିଲେ ଆପଣ
ନରେନ୍ଦ୍ର ନାଥରୁ      ବିବେକ ଆନନ୍ଦ
    ବୋଲାଇ ହୋଇଲେ ଧନ୍ଯ ।୫
ସଂସ୍କାରର ଶିକ୍ଷା      ଧର୍ମର ବାରତା
        ପ୍ରଚାର କରିଲ ତୁମେ
ଯୁବକ ମାନଙ୍କୁ      ସ୍ନେହ ପ୍ରଦାନିଲ
     କେମିତି ଭୁଲିବୁ ଆମେ ।୬
ଆଜି ସେହିଦିନ     ହୋଇଥିଲେ ଜନ୍ମ
           ସ୍ମୃତିର ଦିବସ ଏଇ
ସ୍ମୃତିଚାରଣ      କରୁଅଛୁ ଆମେ
     ଅଶ୍ରୁ ନିର୍ଝର ଝରାଇ ।୭
ହେ ମହାପୁରୁଷ      ଦିଅନ୍ତୁ ଆଶିଷ 
      ସରଗ ରାଇଜେ ଥାଇ
ତୁମ ଆଦର୍ଶରେ      ଆମ ଯୁବପିଢ଼ି
      ଚଳନ୍ତୁ ହରଷ ହୋଇ ।୮

ସମ୍ପାଦକ - ଉଦୟ ଭାନୁ 
ପ୍ରତିଷ୍ଠାତା/ ମୁଖ୍ଯ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ 
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ 
               

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା