ମକର ସଂକ୍ରାନ୍ତିର ଅଭିନନ୍ଦନ

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି


ପ୍ରିୟା ତୁମେ ଆସିଥିଲ ଏଇ ମକରରେ

ଚାଲିଗଲ ଛାଡ଼ି ମତେ ଦୂରେ ବହୁଦୂରେ । 

ମକରଟା ସ୍ମୃତି ମୋର ବିରହ ଦିବସ

ଥିଲା ଯାହା ଦିନେ ମୋର ସୁଖ ସଉହାର୍ଦ୍ଦ୍ଯ ।

ମନେପଡ଼େ ମୋର ଆଜି ସେଦିନ ମକର

ତୁମେ ଯେବେ ଥିଲ ମୋର ଅତିବ ନିଜର ।

ହାତ ଧରି ଚାଲିବାକୁ ଦେଇଥିଲ କଥା

ଭଲପାଇ ଭୁଲିଗଲ ଦେଇଗଲ ବ୍ଯଥା ।

ଆଉ ନାହିଁ ମୋର ଧୈର୍ଯ୍ୟ ବ୍ଯଥା ସହିବାକୁ 

ଡାକିଲାଣି କାଳ ମୋତେ ତା' ପାଶେ ଯିବାକୁ ।

ଯେଉଁଠି ବି ଥାଅ ତୁମେ ଭଲରେ ତ ଥାଅ

ଅନୁରୋଧ ରଖ ମୋର ଢ଼ାଳିବନି ଲୁହ ।

ମକର ସଂକ୍ରାନ୍ତିର ଏଇ ଅଭିନନ୍ଦନ 

ଶେଷ ଥର ଜଣାଉଛି ସାଦରେ ଘେନ ।

ପ୍ରତିଷ୍ଠାତା/ମୁଖ୍ଯ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ

ଭାଟପଡ଼ା , ନିରାକାରପୁର , କଣାସ , ପୁରୀ 

୮୨୪୯୭୭୨୩୬୧

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା