ଆଉ କେତେଦିନ.....?

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି 

        ସମ୍ପାଦକ - ଉଦୟ ଭାନୁ 

ଏଯାବତ ମୋର     ଚାଲିଛି ସମର
         ଯନ୍ତ୍ରଣାର ଜତୁଶାଳେ 
ଏକ ପରେ ଏକ     ସୁନାମୀ ପ୍ରତ୍ଯେକ 
      ଆକାଂକ୍ଷାକୁ ମୋର ଜାଳେ ।
ଧରିଲି ଯେ' ଡାଳ     ଛିଡ଼ାଇଲା କାଳ
          ଛଡ଼ାଇ ନେଲା ସର୍ବସ୍ବ 
ଆପଣା ଯେ' ଥିଲେ     ପର କରିଦେଲେ
         ସମାଜେ ସାଜିଲି ନିଃସ୍ବ ।

    ଲୁହର ସାଗରେ     ସନ୍ତରଣ କରେ
           କୋହର ଅନଳେ ଜଳେ
ଏମିତି କେ' ନାହିଁ     ନବ ଯେ' ଗୋଟାଇ
           ଝୁଣ୍ଟି ପଡ଼ିଗଲେ ତଳେ ।
    ସମ୍ପର୍କର ମୂଲ     ସ୍ବାର୍ଥରେ ତଉଲ
         ନିଃସ୍ବାର୍ଥୀ ଜଣେ ଦେଖିନି
 କିଏ ଅଛି କୁହ     ପୋଛିଦେବ ଲୁହ 
          ଅତି ଆପଣାର ମଣି ।

ସୁଖ ସମୟରେ     ସରବେ ସାଥିରେ 
     ଦୁଃଖ ବେଳେ କେହି ନାହିଁ 
ମରଧାମେ ନର     ବିଚିତ୍ର ପ୍ରକାର 
      ସରଜିଛି ଯାହା ବିହି ।
ସହି ପାରୁନାହିଁ     କହି ପାରୁନାହିଁ 
     ଯାତନା ମୋ' ଅସୁମାରୀ 
ଆଉ କେତେଦିନ     ଧରିବି ଜୀବନ
      ନିତ୍ଯ ଅଶ୍ରୁ ସ୍ନାନ କରି ।

ପ୍ରତିଷ୍ଠାତା/ମୁଖ୍ଯ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ
ଭାଟପଡ଼ା, ନିରାକାରପୁର , କଣାସ , ପୁରୀ
ଯୋଗାଯୋଗ - ୮୨୪୯୭୭୨୩୬୧ 

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା