ବଧୂ ନିରୁପମା
- Get link
- X
- Other Apps
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
ଅତି ଅଲିଅଳରେ
ବଢ଼ିଥିବା ଝିଅଟି
ବାପଘର ଭିଟାମାଟି ଛାଡ଼ି
ଶାଶୁଘରକୁ ଆସେ ।
ସପ୍ତ ଦୀପ ଅଷ୍ଟ କଳସ
ବହ୍ନି ବ୍ରାହ୍ମଣଙ୍କୁ ସାକ୍ଷ୍ୟ ରଖି
ଅଜଣା ଅଚିହ୍ନା ଲୋକର
କରେ କର ଥାପି ବାହାରି ଆସେ ।
ସବୁ ସ୍ନେହ ମମତାକୁ ପଛରେ ପକାଇ
ସାଙ୍ଗ ସାଥୀ ବଉଳ ମକର ସଙ୍ଗାତ
ଆତ୍ମୀୟ ସ୍ବଜନଙ୍କୁ ପରିତ୍ଯାଗ କରି
ପର ହାତ ଧରି ପର ଘରକୁ ନିଜର କରେ ।
ଶାଶୁ ଶ୍ବଶୁର ସ୍ବାମୀ ଦେଢ଼ଶୁର
ନଣନ୍ଦ ଦିଅର ସମସ୍ତେ ନିଜର
ପର ହୋଇଯାଆନ୍ତି ଏଠି ବାପା ମାଆ
ଝିଅ ହୋଇଯାଏ ଦି'ଦିନର କୁଣିଆ ।
ପିତା ପରିବର୍ତ୍ତେ ଶ୍ବଶୁରଙ୍କୁ
ମାତା ବଦଳରେ ଶାଶୁ ପାଏ
ସେ ଦୁହିତା ତେଣୁ
ଦୁଇ କୁଳର ହିତ ସାଧନ କରେ ।
କନ୍ଯାବସ୍ଥାରେ ପିତ୍ରାଳୟେ
ସ୍ବୟମ୍ବରାନ୍ତେ ପତିଗୃହେ
ଶାଶୁ ଶ୍ବଶୁରଙ୍କ ସେବା କରେ
ପତି ସେବା କରି ପତିବ୍ରତା ହୁଏ ।
ଶାଶୁ ଶ୍ବଶୁର ଓ ପତି ପାଇଁ
ସଦା ତତ୍ପର ରହିଥାଏ ସେ
ପତିକୁ ଦେବତା ମନେ କରି
ନିଜେ ପାଲଟି ଯାଏ ପୂଜାରିଣୀ ।
ସ୍ନେହ ପ୍ରେମ ଓ ଭଲପାଇବାରେ
ବାନ୍ଧି ରଖେ ସମସ୍ତଙ୍କୁ
ତିଳ ତିଳ କରି ଜାଳିଦିଏ ନିଜକୁ
କେବଳ ତାଙ୍କରି ସେବାରେ ।
ପରଘରକୁ ନିଜର ମଣି
ସୁନ୍ଦର ଓ ସାବଲୀଳ କରି
ଗଢ଼ି ତୋଳିବାର ପ୍ରଚେଷ୍ଟା
ଯେ କରେ ସେ ବଧୂ ।
ଯେଉଁ ବଧୂ ପରିବାରର
କୁଳର ମର୍ଯ୍ୟାଦା ରଖିପାରେ
କୁଳୋଜ୍ଜ୍ବଳ କରି ପାରେ
ତାକୁ ହିଁ କହନ୍ତି କୁଳବଧୂ ।
ସେ ବଧୂ ଅବର୍ଣ୍ଣନୀୟା
ସର୍ବଦା ସେ ବନ୍ଦନୀୟା
ନିରାପରାଧିନୀ ଓ ପୂଜନୀୟା
ତାକୁ ହିଁ କୁହାଯାଏ
ବଧୂ ନିରୁପମା ।।
ଭାଟପଡ଼ା,ନିରାକାରପୁର,କଣାସ,ପୁରୀ
ଫୋ - ୮୨୪୯୭୭୨୩୬୧
- Get link
- X
- Other Apps
Comments
Post a Comment