ସଂଘର୍ଷ

            କାବ୍ଯଭୂଷଣ ଶିବପ୍ରସାଦ ବାହିନୀପତି

                       ସମ୍ପାଦକ - ଉଦୟ ଭାନୁ 
ସଂଘର୍ଷ ;
ପରସ୍ପର ମଧ୍ଯେ ଘର୍ଷଣ 
ସଂଘବଦ୍ଧ ଆକ୍ରମଣ 
ଶୂନ୍ଯ ହସ୍ତେ ଯୁଦ୍ଧ ।
ଯାହା ମୋ ଜୀବନରେ ଚାଲିଛି 
ପ୍ରତି ମୁହୂର୍ତ୍ତରେ ଅହରହ 
କରିଚାଲିଛି ସଂଘର୍ଷ 
ଜନ୍ମ ସମୟରୁ ଏଯାବତ୍ ।
ନା ପାଇଛି ମାଆର ମମତା 
ନା ମିଳିଛି ପିତୃ ପ୍ରେମ ମୋତେ ;
ଜନ୍ମରୁ ଯନ୍ତ୍ରଣା ଜର୍ଜରିତ 
ଜତୁ ଗୃହେ ସଢ଼ୁଛି ଜୀବନ ।
ଜନ୍ମରୁ ମୁଁ ଯୌବନ ପର୍ଯ୍ୟନ୍ତ
ଯେଉଁ ସବୁ ପରିସ୍ଥିତିକୁ
ସମ୍ମୁଖୀନ ହୋଇଛି ସେସବୁ
କେତେ ଦୁଃସହ୍ଯ ମୁଁ ହିଁ ଜାଣେ ।
ମୁଁ ଜମା ନିଃସଙ୍ଗ ନୁହେଁ,
ମୋ ସହିତ ଅଛନ୍ତି ଲୁହ କୋହ ଯନ୍ତ୍ରଣା 
ଅଙ୍ଗାଙ୍ଗୀ ଭାବେ ଜଡିତ ଏମାନେ
ଆଜି ଯାଏଁ ସ୍ଥଗିତ ହୃଦ କନ୍ଦରେ ।
ଏହି ତିନି ଜଣଙ୍କ ନିମିତ୍ତ 
ପ୍ରତି ମୁହୂର୍ତ୍ତେ ପ୍ରତି କ୍ଷଣେ ଚାଲିଛି
ଖୁସି ସହିତ ମୋର ସଂଘର୍ଷ  ;
ବତିଶି ବର୍ଷ ବିତି ଗଲାଣି ।
ଜିଣିବା ପାଇଁ ସଂଘର୍ଷ କରି
ଅକାରଣେ ପରାଜୟତା ସ୍ବୀକାର 
ମୁଁ ତ କେବଳ ହରେଇବା ଶିଖିଛି
ପାଇନି କି ପ୍ରାପ୍ତି ଆଶା ବି ରଖିନି ।
ଜଣଙ୍କ ପରେ ଜଣେ ଆତ୍ମୀୟ 
କେଉଁ ଅଭିମାନରେ ଜାଣିନି 
ନିଃସଙ୍ଗ ସଜେଇ ଚାଲିଗଲେ ମତେ 
ମାତ୍ର ଗୋଟିଏ ବର୍ଷ ବ୍ଯବଧାନରେ । 
ତଥାପି କଦାପି ଭାଙ୍ଗି ମୁଁ ପଡିନି
ଏକାକୀ ଜୀବନର ସଂଘର୍ଷ 
ଏବେ ବି ଜାରି ରହିଛି ମୋର
ଚେଷ୍ଟିତ ମୁଁ ଏକା ବଞ୍ଚିବାକୁ ।
ଉଦରର କ୍ଷୁଧା ଯନ୍ତ୍ରଣାର 
ଉପଶମ ପାଇଁ ଆଉ ସଂସାରରେ 
ବଞ୍ଚି ରହିବାକୁ ସଂଘର୍ଷ କରିଛି
ଅନ୍ୟ ଆଗେ ହାତ ପାତି ମୋର ।
ହସିବାର ଅଭିନୟ କରି
ଆଉ କାହା ଓଠେ ହସ ଟିକେ ଦେଖି
ମିଛ ଖୁସି ହେବାର ପ୍ରୟାସ 
ମୋ ଜୀବନର ଏକ ବଡ ସଂଘର୍ଷ ।
ପ୍ରତୀୟମାନ ହେଉଛି ମୋତେ
ଏମିତି ଲାଗୁଛି ଯେମିତି କି
ସଂଘର୍ଷମୟ ଜୀବନ ମୋର
ଯାହାର ନାହିଁ ପରିସମାପ୍ତି ।

ପ୍ରତିଷ୍ଠାତା / ମୁଖ୍ଯ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ 
ଭାଟପଡା,ନିରାକାରପୁର କଣାସ (ପୁରୀ )
ଫୋ- ୮୨୪୯୭୭୨୩୬୧

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା