ସୁରେନ୍ଦ୍ର ସାଏ ଜୟନ୍ତୀ

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି 


ଜାତିର ଗୌରବ       ଦେଶର ସୌରଭ 
           ସମ୍ବଲପୁରର ବାଘ
ଘୋର ଗରଜନେ      ଓଡ୍ରର କାନନେ
      ଥରନ୍ତି ଇଂରେଜ ଲୋକ ।୧
ତାଙ୍କ ଜୟନ୍ତୀରେ      ଆଜିର ଦିନରେ
          ଅଶ୍ରୁପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି 
କରନ୍ତୁ ଜ୍ଞାପନ      ଓଡ଼ିଶା ସଜ୍ଜନ
     ନିରବ ପ୍ରାର୍ଥନା କରି ।୨
ଅମର ଶହୀଦ      ସାଏ ସୁରେନ୍ଦର
      କୋଟି ଜନତାଙ୍କ ସାଥୀ
ଇଂରେଜର ବଳ      କରିଲେ ଦୁର୍ବଳ
    ପଛଘୁଞ୍ଚା ଦେଲେ ରଥୀ ।୩
ମାତା ସମଲାଇ      ମାନସରେ ଧ୍ଯାୟି 
       ଲମ୍ଫ ଦେଲେ ରଣକ୍ଷେତ୍ରେ
ଇଂରେଜ ଫଉଜ      ହେଲେ ଭୟଭୀତ 
         ସାଏ ରଡ଼ି ମହାମନ୍ତ୍ରେ ।୪
କଉଶଳ କରି      ପ୍ରାଣ ନେଲେ ହରି
         ଇଂରେଜ ଶାସକ ଦଳ
ହରାଇ ବସିଲୁ      ମହାପୁରୁଷଟେ
       ବହିଗଲା ଅଶ୍ରୁଧାର ।୫
ଜାନୁୟାରୀ ମାସ      ତାରିଖ ତେଇଶ
         ସୁରେନ୍ଦ୍ର ସାଏଙ୍କ ଜନ୍ମ
ଆଜି ସେହିଦିନ      ହୋଇଛି ଆଗତ
        କରିବା ଚାଲ ସ୍ମରଣ ।୬
ଜୟନ୍ତୀରେ ତାଙ୍କ      ଜୟଗାନ କରି
       ଜୟଯୁକ୍ତ ହେବା ଆମେ
ଜୟ ଜୟକାର      ଶବଦ ଆମର
        କମ୍ପି ଯିବ ଧରାଧାମେ ।୭

ସମ୍ପାଦକ - ଉଦୟ ଭାନୁ 
ପ୍ରତିଷ୍ଠାତା / ମୁଖ୍ଯ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ 
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ 
୮୨୪୯୭୭୨୩୬୧







Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା